ଓଡିଶା

odisha

ETV Bharat / state

ବିଦ୍ୟୁତ ବିଭାଗର ଅରାଜକତା ବିରୋଧରେ ବାମପନ୍ଥୀ ଦଳର ବିଦ୍ୟୁତ ଅଫିସ ଘେରାଉ - ସିପିଆଇ ଓ ଛାତ୍ର ସଂଗଠନ ଏଆଇୱାଇଏଫର ବିଦ୍ୟୁତ ଅଫିସ ଘେରାଉ

ବିଦ୍ୟୁତ ବିଭାଗର ଅରାଜକତା ବିରୋଧରେ ବିଦ୍ୟୁତ ଅଫିସ ଘେରାଉ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି CPI ଓ ଛାତ୍ର ସଂଗଠନ AIYF । ଅଧିକ ପଢନ୍ତୁ

ବିଦ୍ୟୁତ ବିଭାଗର ଅରାଜକତା ବିରୋଧରେ ବାମପନ୍ଥୀ ଦଳର ବିଦ୍ୟୁତ ଅଫିସ ଘେରାଉ
ବିଦ୍ୟୁତ ବିଭାଗର ଅରାଜକତା ବିରୋଧରେ ବାମପନ୍ଥୀ ଦଳର ବିଦ୍ୟୁତ ଅଫିସ ଘେରାଉ

By

Published : Apr 24, 2022, 6:36 PM IST

ଭଦ୍ରକ: ବିଦ୍ୟୁତ ବିଭାଗର ଅରାଜକତା ବିରୋଧରେ ବିଦ୍ୟୁତ ଅଫିସ ଘେରାଉ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି CPI ଓ ଛାତ୍ର ସଂଗଠନ ଏଆଇୱାଇଏଫ(AIYF) । ନୂତନ ଭାବେ ଦାୟିତ୍ବ ନେଇଥିବା ଟାଟା କମ୍ପାନୀକୁ ବୟକଟ କରି ପୂର୍ବପରି ଚାଲୁ କରିବାକୁ ସଂଗଠନ ଦାବି କରିଛି ।

ବିଦ୍ୟୁତ ବିଭାଗର ଅରାଜକତା ବିରୋଧରେ ବାମପନ୍ଥୀ ଦଳର ବିଦ୍ୟୁତ ଅଫିସ ଘେରାଉ

ଏଥିସହ ପ୍ରତି ଉପଭୋକ୍ତାଙ୍କୁ ଦୁଇ ଶହ ୟୁନିଟ୍‌ ବିଦ୍ୟୁତ ଛାଡ କରିବା, ଟାଟା ପାୱାର କମ୍ପାନୀ ମନମାନୀ ବନ୍ଦ କରିବା, ବିଦ୍ୟୁତ ଶୁଳ୍କ ହ୍ରାସ କରିବା, ମିଥ୍ୟା ବିଲ ବନ୍ଦ କରିବା, ବିଜୁଳି ଗ୍ରାହକଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ସମ୍ପୂର୍ଣ୍ଣ ଦେୟ ନଦେଲେ ବିଜୁଳି କାଟିଦେବା ନିୟମ ବନ୍ଦ କରିବା, ଭୁଲ ମିଟର ରିଡିଂ କରି ଅଧିକ ବିଲ୍ ଲାଗୁକରି ଜୋର ଜବରଦସ୍ତ ପଇସା ଆଦାୟ ପ୍ରତ୍ୟାହାର କରିବା, ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ବିଲ୍ ସଂକ୍ଷିପ୍ତ ଭାବରେ ଓଡିଆରେ ପ୍ରଦାନ କରିବା, ବିଦ୍ୟୁତ ବର୍ଦ୍ଧିତ ମୂଲ୍ୟ ବନ୍ଦ କରିବା, ବିଦ୍ୟୁତ କାଟ ଏବଂ ଲୋ ଭୋଲ୍ଟେଜ୍ ବନ୍ଦ କରିବା ଆଦି ଦାବି କରାଯାଇଛି ।

ଏକ ପ୍ରତିବାଦ ସଭା ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ବିରୋଧରେ ବର୍ଷି କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଆନ୍ଦୋଳନରେ CPM ଜୋନ ସମ୍ପାଦକ ସନ୍ଥଚରଣ ବିଶ୍ୱାଳ, ଜିଲ୍ଲା ସହ ସମ୍ପାଦକ ବିମ୍ବାଧର ବାରିକ ପ୍ରମୁଖ ବରିଷ୍ଠ ବାମପନ୍ଥୀ ନେତୃତ୍ୱ ସାମିଲ ହୋଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details