ଭଦ୍ରକ: ମିଳିଲାନାହିଁ ରାଜନୈତିକ ଦଳର ସମର୍ଥନ । ଶେଷରେ ସ୍ବାଧୀନ ପ୍ରାର୍ଥୀ ଭାବେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଆଶାୟୀ ପ୍ରାର୍ଥୀ । ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରି ବା ସହ କୋଭିଡ କଟକଣାକୁ ଫୁ କରି ଉଡାଇଲେ ପ୍ରାର୍ଥୀ । ଗତକାଲି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାନ୍ଦିଆ ପଞ୍ଚାୟତରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ ।
ମିଳିଲା ନାହିଁ ଦଳୀୟ ସମର୍ଥନ, କୋରୋନା କଟକଣାକୁ ଫୁ କରି ନାମାଙ୍କନ ଭରିଲେ ସ୍ବାଧୀନ ପ୍ରାର୍ଥୀ - ନାମାଙ୍କନ ସମୟରେ କଟକଣାକୁ ମାନିଲେନି ପ୍ରାର୍ଥୀ
ନାମାଙ୍କନ ସମୟରେ ନିର୍ବାଚନୀ କଟକଣାକୁ ଫୁ କରି ଉଡାଇଲେ ସ୍ବାଧୀନ ପ୍ରାର୍ଥୀ । ବାଜା ବଜାଇ ବିରାଟ ପଟୁଆରରେ ଆସି ଭରିଲେ ନାମାଙ୍କନ । ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।
ଏହି ପ୍ରାର୍ଥୀ ମାନେ ଦୀର୍ଘ ଦିନ ହେବ ଶାସକ ଦଳରେ କାର୍ଯ୍ୟ କରି ଆସୁଥିବା ବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ଵାଚନରେ ଦଳୀୟ ସମର୍ଥନ ନମିଳିଵାରୁ ଏଭଳି ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଥିଲେ । ଯାହା ସରକାରଙ୍କ ନିର୍ବାଚନୀ କୋଭିଡ ଗାଇଡଲାଇନ ପୁରା ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଥିଲା । ବାଜା ବଜାଇ ରୋଷଣି କରି ନାମାଙ୍କନ ଭରିବାକୁ ଆସିଥିବା ବେଳେ ଏହି ଶୋଭାଯାତ୍ରାରେ ହଜାରରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ । କିନ୍ତୁ କୋରୋନା କଟକଣାକୁ ଉଲ୍ଲଘନ କରିଥିବା ବେଳେ ଏନେଇ ପ୍ରାର୍ଥୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣା ଏବେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ ଓ ରାନ୍ଦିଆ ଠାରେ ଥିବା ପାଓ୍ବାର ପ୍ଲାଣ୍ଟରେ ନିଯୁକ୍ତି ଆଶା ରଖି ଏମାନେ ନିର୍ବାଚନ ଲଢିବା ନେଇ ଆଶା ରଖିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ