ଓଡିଶା

odisha

ETV Bharat / state

ଇଞ୍ଜିନିୟରଙ୍କ କୋରୋନା ସଚେତନତା, ଦରମା ଟଙ୍କାରୁ ବାଣ୍ଟୁଛନ୍ତି ମାସ୍କ-ସାନିଟାଇଜର

ଦେଶରେ କୋରୋନା ମହାମାରୀର ଦ୍ବିତୀୟ ଲହର ଭୟାବହତା । ଏହାକୁ ଧ୍ୟାନରେ ରଖି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଞ୍ଚାୟତର ଅନ୍ତର୍ଗତ ଯୁବ ଇଞ୍ଜିନିୟର ଚମ୍ପକଲାଲ ମହାନ୍ତି କରୁଛନ୍ତି କୋରୋନା ସଚେତନତା । ଅଧିକ ପଢନ୍ତୁ...

ଯୁବ ଇଞ୍ଜିନିୟରଙ୍କ କୋରୋନା ସଚେତନତା, ମାଗଣାରେ ବାଣ୍ଟୁଛନ୍ତି ମାସ୍କ-ସାନିଟାଇଜର୍
ଯୁବ ଇଞ୍ଜିନିୟରଙ୍କ କୋରୋନା ସଚେତନତା, ମାଗଣାରେ ବାଣ୍ଟୁଛନ୍ତି ମାସ୍କ-ସାନିଟାଇଜର୍

By

Published : May 7, 2021, 7:41 AM IST

ଭଦ୍ରକ:ଦେଶରେ କୋରୋନା ମହାମାରୀର ଦ୍ବିତୀୟ ଲହର ଭୟାବହତା । ଏହାକୁ ଧ୍ୟାନରେ ରଖି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଞ୍ଚାୟତର ଅନ୍ତର୍ଗତ ଯୁବ ଇଞ୍ଜିନିୟର ଚମ୍ପକଲାଲ ମହାନ୍ତି କରୁଛନ୍ତି କୋରୋନା ସଚେତନତା । ତାଙ୍କର କିଛି ସହକର୍ମୀଙ୍କୁ ନେଇ କୋରୋନା ମହାମାରୀ ଉପରେ ସଚେତନତା କରିବା ସହ ଗାଁ ଗାଁ ବୁଲି ମାସ୍କ ଓ ସାନିଟାଇଜାର ବଣ୍ଟନ କରୁଛନ୍ତି ।

ଯୁବ ଇଞ୍ଜିନିୟରଙ୍କ କୋରୋନା ସଚେତନତା, ମାଗଣାରେ ବାଣ୍ଟୁଛନ୍ତି ମାସ୍କ-ସାନିଟାଇଜର୍

ଗ୍ରାମାଞ୍ଚଳରେ କିଛି ଗରିବ ଲୋକ ଅଛନ୍ତି ଯାହାଙ୍କର ଆର୍ଥିକବସ୍ଥା ସ୍ବଚ୍ଛଳ ନୁହେଁ । ତେଣୁ ସେମାନେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିପାରୁନାହାନ୍ତି। ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଚମ୍ପକଲାଲ ତାଙ୍କର ସମ୍ପୂର୍ଣ୍ଣ ଦରମା ଟଙ୍କା ଖର୍ଚ୍ଚ କରି ମାସ୍କ୍ ଓ ସାନିଟାଇଜର କିଣି ଗ୍ରାମାଞ୍ଚଳ ଲୋକଙ୍କୁ ବଣ୍ଟନ କରୁଥିବା ଜଣାପଡ଼ିଛି । ଏଥିସହ କୋରୋନା ମହାମାରୀର ଭୟାବହତା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନ କରୁଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details