ଭଦ୍ରକ : ଭଦ୍ରକ ବସ ସିଣ୍ଡିକେଟରୁ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ଅନ୍ତରୀଣ କମିଟି ଗଠନ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଖବର ଅନୁଯାୟୀ ପ୍ରତ୍ୟେକ ଦିନ ଭଦ୍ରକ ବସ ସିଣ୍ଡିକେଟ 10 ରୁ 12 ହଜାର ଟଙ୍କା ଟିକସ ଆଦାୟ ଆଦାୟ କରିଥାଏ । ଆଜିକୁ ଦୀର୍ଘ 10 ବର୍ଷରୁ ଅଧିକ ସମୟ ଧରି, ଆଦାୟ ହେଉଥିବା ଟିକସର ସଠିକ ହିସାବ ମିଳୁ ନଥିବା ଅଭିଯୋଗ କରିଛନ୍ତି କିଛି କର୍ମକର୍ତ୍ତା । ଚାରିରୁ ସାଢେ ଚାରି କୋଟି ଟଙ୍କା ବସ ସିଣ୍ଡିକେଟର ପ୍ରତିନିଧି ମାନେ ଆତ୍ମସାତ କରିଥିବା କହିଛନ୍ତି କର୍ମକର୍ତ୍ତା ।
ଭଦ୍ରକ ବସ ସିଣ୍ଡିକେଟରୁ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ, ତଦନ୍ତ ଜାରି - bhadrak bus syndicate
ଭଦ୍ରକ ବସ ସିଣ୍ଡିକେଟରୁ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ । ଘଟଣାର ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ...
ଭଦ୍ରକ ବସ ସିଣ୍ଡିକେଟରୁ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ
ଭଦ୍ରକ ବସ ସିଣ୍ଡିକେଟରୁ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ
ଏନେଇ ଅଭିଯୋଗ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅନ୍ତରୀଣ କମିଟି ଗଠନ କରାଯାଇ, ବସ ସିଣ୍ଡିକେଟ କାର୍ଯ୍ୟାଳୟରେ ହେରଫେର ହୋଇଥିବା ଅର୍ଥର ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ, ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବସ ସିଣ୍ଡିକେଟର ପ୍ରତିନିଧି ।
ଭଦ୍ରକରୁ ଦେବାଶିଷ ମହାପାତ୍ର ,ଇଟିଭି ଭାରତ