ଭଦ୍ରକ: କୋରନା ଯୋଦ୍ଧାଙ୍କ ସଚେତନତା କାର୍ଯ୍ୟକ୍ରମ । ଭଦ୍ରକ ଜିଲ୍ଲା ତିହିଡିରେ କୋରୋନାର ଭୟାବହତା ସହ ଏହାର ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଲୋକଙ୍କୁ କୋରୋନା ଯୋଦ୍ଧାମାନେ ସଚେତନତା କରିଛନ୍ତି ।
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସ୍ବାସ୍ଥ୍ୟ ସୁପରଭାଇଜର, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମାନଙ୍କ ଦ୍ବାରା କୋରୋନା ସଚେତନତା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନିୟମିତ ହାତ ଧୋଇବା, ସାନିଟାଇଜ କରିବା, ମାସ୍କ ପିନ୍ଧିବା, ଆବଶ୍ୟକ ମୁତାବକ ବାହାରକୁ ଯିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଥଣ୍ଡା, କାସ, ଛିଙ୍କ ବା ଜ୍ବର ହେଲେ ଡାକ୍ତରଙ୍କୁ ପରାମର୍ଶ କରିବା ଆଦି ଫ୍ଲାକାର୍ଡ ଧରି ଏମାନେ ସଚେତନତା ସୃଷ୍ଟି କରିଥିଲେ। ଏମାନେ ଏକ ଶୋଭାଯାତ୍ରାରେ ବାହାରି କମାରିଆ ବଜାରରୁ ଆରୁହା ଛକ ପର୍ଯ୍ୟନ୍ତ ଯାଇଥିଲେ।