ଓଡିଶା

odisha

ETV Bharat / state

ଭଦ୍ରକରେ 30 ହଜାର ଟପିଲା କୋରୋନା ଟେଷ୍ଟିଂ ସଂଖ୍ୟା - କୋରୋନା ଟେଷ୍ଟିଙ୍ଗ

ଜିଲ୍ଲାରେ କୋରୋନା ଟେଷ୍ଟିଂ ସଂଖ୍ୟା 30ହଜାର ପାର ହୋଇଛି । ପରୀକ୍ଷଣ ବୃଦ୍ଧି ପାଇଥିଲେ ମଧ୍ୟ ଭଦ୍ରକର ବିଭିନ୍ନ ବ୍ଲକ, ଏନଏସି ଓ ମ୍ୟୁନିସିପାଲଟିରେ ସ୍ଥାନୀୟ ସଂକ୍ରମଣ କମିନାହିଁ । ଜିଲ୍ଲାରେ ଶନିବାର102 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1403ରେ ପହଞ୍ଚିଛି। ଅଧିକ ପଢନ୍ତୁ...

ଭଦ୍ରକରେ 30 ହଜାର ଟପିଲା କୋରୋନା ଟେଷ୍ଟିଙ୍ଗ ସଂଖ୍ୟା
ଭଦ୍ରକରେ 30 ହଜାର ଟପିଲା କୋରୋନା ଟେଷ୍ଟିଙ୍ଗ ସଂଖ୍ୟା

By

Published : Aug 15, 2020, 4:45 PM IST

ଭଦ୍ରକ: ଜିଲ୍ଲାରେ କୋରୋନା ଟେଷ୍ଟିଂ ସଂଖ୍ୟା 30ହଜାର ପାର ହୋଇଛି । ପରୀକ୍ଷଣ ବୃଦ୍ଧି ପାଇଥିଲେ ମଧ୍ୟ ଭଦ୍ରକର ବିଭିନ୍ନ ବ୍ଲକ, ଏନଏସି ଓ ମ୍ୟୁନିସିପାଲଟିରେ ସ୍ଥାନୀୟ ସଂକ୍ରମଣ କମିନାହିଁ । ଜିଲ୍ଲାରେ ଶନିବାର102 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1403ରେ ପହଞ୍ଚିଛି ।

ତେବେ ଶନିବାର 7ଟି ବ୍ଲକରୁ 61 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥବାବେଳେ 2ଟି ମ୍ୟୁନିସିପାଲଟିରୁ 13 ଜଣ ଓ 2ଟି ଏନଏସିରୁ 28 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରେ 30 ହଜାର ଟପିଲା କୋରୋନା ଟେଷ୍ଟିଙ୍ଗ ସଂଖ୍ୟା

ସୂଚନା ଅନୁଯାୟୀ, ଜିଲ୍ଲାର ଧାମନଗର ବ୍ଳକରୁ ସର୍ବାଧିକ 15 ଜଣ, ତିହିଡ଼ି ବ୍ଲକରୁ 11 , ଭଦ୍ରକ ବ୍ଲକରୁ 10, ବନ୍ତ ବ୍ଲକରୁ 8, ଚାନ୍ଦବାଲି ବ୍ଲକରୁ 8, ଭଣ୍ଡାରିପୋଖରୀ ବ୍ଲକରୁ 7 ଓ ବାସୁଦେବପୁର ବ୍ଲକରୁ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଧାମନଗର ଏନଏସିରୁ 19, ଭଦ୍ରକ ମ୍ୟୁନିସିପାଲଟିରୁ 10, ଚାନ୍ଦବାଲି ଏନଏସିରୁ 9 ଜଣ ଚିହ୍ନଟ ହୋଇଥିବାବେଳେ ବାସୁଦେବପୁର ମ୍ୟୁନିସିପାଲଟିରୁ 3 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଚିହ୍ନଟ 102 ଜଣଙ୍କ ମଧ୍ୟରୁ 92 ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ ମାତ୍ର 10 ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଜଣାପଡ଼ିଛି।

ଭଦ୍ରକରେ 30 ହଜାର ଟପିଲା କୋରୋନା ଟେଷ୍ଟିଙ୍ଗ ସଂଖ୍ୟା

ତେଣୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଥମୁ ନାହିଁ । ଏହା ଜିଲ୍ଲାରେ କୋରୋନା ଚେନ ଭାଙ୍ଗିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଅଦ୍ୟାବଧି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 901 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅପରପକ୍ଷେ ଗତ 24 ଘଣ୍ଟା ମଧ୍ୟରେ 25 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ ଅଦ୍ୟାବଧି 498 ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ଜିଲ୍ଲାରୁ ମୋଟ 30525ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ଭଦ୍ରକରେ 30 ହଜାର ଟପିଲା କୋରୋନା ଟେଷ୍ଟିଙ୍ଗ ସଂଖ୍ୟା
ଭଦ୍ରକରେ 30 ହଜାର ଟପିଲା କୋରୋନା ଟେଷ୍ଟିଙ୍ଗ ସଂଖ୍ୟା

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details