ଓଡିଶା

odisha

ହନୁମାନ ପଇସା ଡିଲରେ ବିବାଦ, 8 ଗିରଫ

ହନୁମାନ ପଇସା କିଣାବିକାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ । ଏନେଇ ଉଭୟ ପକ୍ଷରୁ 2ଟି ମାମଲା ରୁଜୁ କରି ୮ ଜଣକୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ଅଧିକ ପଢନ୍ତୁ...

By

Published : Oct 24, 2021, 8:47 PM IST

Published : Oct 24, 2021, 8:47 PM IST

Copper money dispute in exchange for Hanuman money
ହନୁମାନ ପଇସା ବଦଳରେ ତମ୍ବା ପଇସା ବିବାଦ, 8 ଗିରଫ

ଭଦ୍ରକ: ହନୁମାନ ପଇସା କିଣାବିକାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ । ପୋଲିସ ଏନେଇ ଉଭୟ ପକ୍ଷରୁ 2ଟି ମାମଲା ରୁଜୁ କରି ୮ ଜଣକୁ ଗିରଫ କରିଛି ।

ହନୁମାନ ପଇସା ଡିଲରେ ବିବାଦ, 8 ଗିରଫ

ବେଆଇନ କାରବାରରେ ବିଶ୍ବାସଘାତକତା କରାଯାଉନଥିବା କୁହାଯାଏ । ପଦେ ପଦେ କଥାରେ ହୋଇଥାଏ ଡିଲ। ସେହି ଡିଲ୍ ମୁତାବକ ଲୁଚାଛୁପାରେ ହୋଇଥାଏ କାରବାର । ପ୍ରଶାସନ ଆଖିରେ ଧୂଳି ଦେବାପାଇଁ ଏପରି ପରମ୍ପରା ଆପଣାଇଥାନ୍ତି ଅସାଧୁ କାରବାରରେ ଲିପ୍ତ ଥିବା ବ୍ୟକ୍ତି । ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏହାର ବ୍ୟତିକ୍ରମ ହୋଇଥିବା ବାରି ହୋଇଛି ।

ଖବର ଅନୁଯାୟୀ ହନୁମାନ ପଇସା କିଣାବିକାକୁ ନେଇ ଡିଲ ହୋଇଥିଲା । ଏନେଇ ଅଗ୍ରୀମ ଟଙ୍କା ଦିଆଯାଇଥିଲା । ମାତ୍ର କାରବାର ସମୟରେ ତାହା ବ୍ରିଟିଶ ଅମଳର ତମ୍ବା ପଇସା (ଯୋଡି ନାଗ) ହୋଇଥିବା ନେଇ ବିବାଦ ଦେଖା ଦେଇଥିଲା । ପରେ ଅଗ୍ରୀମ ଟଙ୍କା ଫେରସ୍ତକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ତେବେ ଏହି ବିବାଦ ବାବଦରେ ପୋଲିସ ସୂଚନା ପାଇବା ପରେ ଘଟଣା ପଦାକୁ ଆସିଛି । ପୋଲିସ ପକ୍ଷରୁ ଏନେଇ ଉଭୟ ପକ୍ଷରୁ 2ଟି ମାମଲା ରୁଜୁ କରାଯାଇ ତଦନ୍ତ ଓ ଯାଞ୍ଚ କରିବା ପରେ, ବିଭିନ୍ନ ସ୍ଥାନରୁ ଉଭୟ ପକ୍ଷରୁ 8 ଜଣଙ୍କୁ ଗିରଫ କରିଛି ।

ଏଥିରେ ଅଗ୍ରୀମ ଦିଆଯାଇଥିବା ଅଢେଇ ଲକ୍ଷ ଟଙ୍କା ମଧ୍ୟରୁ ପୋଲିସ 2 ଲକ୍ଷ 40 ହଜାର ଟଙ୍କା ଜବତ କରିଛି । ଏହା ସହିତ ତମ୍ବା ପଇସା, ବାଇକ ସମେତ 7ଟି ମୋବାଇଲ ଜବତ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details