ଓଡିଶା

odisha

ETV Bharat / state

ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ବୀମାରାଶି ପ୍ରଦାନ - accident insurance

ଚାନ୍ଦବାଲି ଶାଖା ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ଜନିତ ବୀମା ରାଶି ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ବୀମାରାଶି ପ୍ରଦାନ
ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ବୀମାରାଶି ପ୍ରଦାନ

By

Published : Mar 18, 2021, 2:59 PM IST

ଭଦ୍ରକ: ଚାନ୍ଦବାଲି ଶାଖା ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ଜନିତ ବୀମା ରାଶି ପ୍ରଦାନ କରାଯାଇଛି। ବାଲେଶ୍ବର-ଭଦ୍ରକ ସେବା ସମବାୟ ବ୍ୟାଙ୍କ ଚାନ୍ଦବାଲି ଶାଖା ଅଧିନ ଜଳଧରପୁର ସେବା ସମବାୟ ସମିତିର ଚାଷୀ ବ୍ରଜ କିଶୋର ସାହୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ବୀମାରାଶି ପ୍ରଦାନ

ଏହାପରେ ବ୍ରଜଙ୍କ ପରିବାରକୁ ଏନେଇ ଉଦ୍ଦିଷ୍ଟ ବୀମା ରାଶି ପ୍ରଦାନ କରାଯାଇଛି । ଖବର ଅନୁଯାୟୀ, ସମବାୟ ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କାଙ୍କ ସଭାପତିତ୍ବରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ, ଶାଖା ପରିଚାଳକ ଏବଂ ଜଳଧରପୁର ସେବା ସମବାୟ ସମିତିର ସମ୍ପାଦକ ପ୍ରମୁଖ ଯୋଗ ଦେଇ ମୃତ ଚାଷୀଙ୍କ ସ୍ତ୍ରୀ ଯଶୋଦା ସାହୁଙ୍କୁ 5 ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details