ଓଡିଶା

odisha

ETV Bharat / state

ବକେୟା ଅର୍ଥ ପ୍ରଦାନ ଦାବି, ଧାରଣାରେ ଠିକା ଶ୍ରମିକ

ଭଦ୍ରକ ପୌରପାଳିକା ଅଧିନରେ 172 ଜଣ ଠିକା ଶ୍ରମିକ ଆଜି କାର୍ଯ୍ୟ ବନ୍ଦ କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା । ଯଦି ଏହି ପ୍ରତିଶ୍ରୁତି ପୂରଣ ନହୁଏ, ତାହାହେଲେ ଆଗାମୀ ଦିନରେ ହକ୍ ପାଇଁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରମିକ ନେତା ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Jul 11, 2019, 7:30 PM IST

ଭଦ୍ରକ: ଥମିବାରେ ନାଁ ନେଉନାହିଁ ଶ୍ରମିକ ଶୋଷଣ ନୀତି । ଭଦ୍ରକ ପୌରପାଳିକା ଅଧିନରେ 172 ଜଣ ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି । ହେଲେ ଦୀର୍ଘ 7/8 ବର୍ଷ ଧରି ସେମାନେ ସେମାନଙ୍କ ESI ଏବଂ EPF ବାବଦରେ କଟୁଥିବା ଅର୍ଥର ହିସାବ ପାଉନାହାଁନ୍ତି । ଏପରିକି ସେମାନଙ୍କ ଦୈନିକ ମଜୁରୀ ହଡ଼ପ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ଆଜି ଠିକା ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ତୁରନ୍ତ ନିଯୁକ୍ତ ଠିକା ସଂସ୍ଥା ଟେଣ୍ଡରକୁ ବାତିଲ କରି ସେମାନଙ୍କୁ ପୌରପାଳିକା ଦ୍ବାରା ସିଧାସଳଖ ନିଯୁକ୍ତି ଦେବା ସହ ପୂର୍ବ ବକେୟା ESI, EPF ଏବଂ ମଜୁରୀ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଖବର ପାଇ ତହସିଲଦାର ତଥା ପୌର ନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା ।

ଯଦି ଏହି ପ୍ରତିଶ୍ରୁତି ପୂରଣ ନହୁଏ, ତାହାହେଲେ ଆଗାମୀ ଦିନରେ ହକ୍ ପାଇଁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରମିକ ନେତା ଚେତାବନୀ ଦେଇଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସିଙ୍କ ନେତୃତ୍ବରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details