ଭଦ୍ରକ: ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ ସମସ୍ୟାକୁ ନେଇ ପ୍ରତିବାଦ । ଏନେଇ ଭଦ୍ରକ ପୌରାଞ୍ଚଳର ବିଜୟଗଙ୍ଗାଧରପୁର ସ୍ଥିତ ନେସ୍କୋ କାର୍ଯ୍ୟାଳୟ ସମ୍ନୁଖରେ ଉତରବାହିନୀ, ବାଲିପାଟଣା ସମେତ 30 ନମ୍ବର ଓ୍ବାର୍ଡ଼ର ଉପଭୋକ୍ତାମାନେ ଧାରଣା ଦେଇଥିଲେ ।
ଅଘୋଷିତ ବିଦ୍ୟୁତ କାଟ ନେଇ ତାତିଲେ ଉପଭୋକ୍ତା - unannounced power outage in bhadrak
ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ ସମସ୍ୟାକୁ ନେଇ ଭଦ୍ରକ ପୌରାଞ୍ଚଳର ବିଜୟଗଙ୍ଗାଧରପୁର ସ୍ଥିତ ନେସ୍କୋ କାର୍ଯ୍ୟାଳୟ ସମ୍ନୁଖରେ ଧାରଣା ଦେଇଛନ୍ତି ଉପଭୋକ୍ତାମାନେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଅଘୋଷିତ ବିଦ୍ୟୁତ କାଟ ନେଇ ତାତିଲେ ଉପଭୋକ୍ତା
ତେବେ ଏନେଇ ବାରମ୍ବାର ବିଦ୍ୟୁତ ବିଭାଗ କର୍ତ୍ତୁପକ୍ଷଙ୍କୁ ଅବଗତ କରିବା ପରେ ମଧ୍ୟ ଏହି ସମସ୍ୟା ସମାଧାନ ନହେବାରୁ ଶେଷରେ ଏହି ଧାରଣାକୁ ଓହ୍ଲାଇଛନ୍ତି ଉପଭୋକ୍ତା । ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବା ବେଳେ ପ୍ରତିବାଦ କଲେ ବିଦ୍ୟୁତ ବିଭାଗ ପକ୍ଷରୁ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ