ଓଡିଶା

odisha

ETV Bharat / state

କନେଷ୍ଟବଳଙ୍କ ଉପରେ ମାଡିଗଲା କୋଇଲା ବୋଝେଇ ଭ୍ୟାନ - ଫେରାର ଡ୍ରାଇଭର

ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ ଧକ୍କାରେ ଜଣେ କନଷ୍ଟେବଳ ଗୁରୁତର ହୋଇଥିବାବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇଯାଇଛି । ସେପଟେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

By

Published : Jul 21, 2019, 4:10 PM IST

ଭଦ୍ରକ: ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ ଧକ୍କାରେ ଜଣେ କନେଷ୍ଟବଳ ଗୁରୁତର । ଜିଲ୍ଲା ସାବରଙ୍ଗ ଫାଣ୍ଡି ଏରଡା ଅଞ୍ଚଳରେ ଯାଞ୍ଚ କରାଯିବା ସମୟରେ ପିକ ଭ୍ୟାନକୁ ଅଟକାଇବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି କନେଷ୍ଟବଳ । ତେବେ ଡ୍ୟୁଟିରେ ଥିବା ଅନ୍ୟ ତିନିଜଣ ପୋଲିସ କର୍ମଚାରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଭିଡି଼ଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ସୂଚନାଯୋଗ୍ୟ, ଏକ ପିକଅପ ଭ୍ୟାନରେ କୋଇଲା ବୋଝେଇ ହୋଇଥିବାର ଖବର ପାଇବା ପରେ ଗାଡିକୁ ଅଟକାଇବାକୁ ଚେଷ୍ଚା କରିଥିଲା ପୋଲିସ । କିନ୍ତୁ ଗାଡିଟି ଫେରାର ହେବାକୁ ଚେଷ୍ଟା କରିବାକୁ ଯାଇ ଭାରସାମ୍ୟ ହରାଇଥିଲା । ଫଳରେ ପାଖରେ ଥିବା ଜଣେ କନେଷ୍ଟବଳ ରଜତ ପାଣିଗ୍ରାହୀଙ୍କ ଉପରେ ମାଡିଯାଇଥିଲା ।

ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଓ ପରେ କଟକ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର। ଦୁର୍ଘଟଣାଗ୍ରସ୍ତ କୋଇଲା ବୋଝେଇ ଗାଡିକୁ ପୋଲିସ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details