ଓଡିଶା

odisha

ETV Bharat / state

ଭଦ୍ରକରେ କଂଗ୍ରେସର ତୁଳସୀ ସଂଗ୍ରହ ପଦଯାତ୍ରା - ରତ୍ନଭଣ୍ଡାର ଖୋଲିବା ଦାବି

କଂଗ୍ରେସର ତୁଳସୀ ଯାତ୍ରା ପାଇଁ ଭଦ୍ରକ ତିହିଡରେ ତୁଳସୀ ସଂଗ୍ରହ ପଦଯାତ୍ରା ଅନୁଷ୍ଠିତ । ଶ୍ରୀମନ୍ଦିର ଚାରିଦ୍ବାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ ଏହି ତୁଳସୀ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଭଦ୍ରକରେ କଂଗ୍ରେସର ତୁଳସୀ ସଂଗ୍ରହ ପଦଯାତ୍ରା
ଭଦ୍ରକରେ କଂଗ୍ରେସର ତୁଳସୀ ସଂଗ୍ରହ ପଦଯାତ୍ରା

By ETV Bharat Odisha Team

Published : Nov 26, 2023, 7:39 AM IST

Updated : Nov 26, 2023, 2:22 PM IST

ଭଦ୍ରକରେ କଂଗ୍ରେସର ତୁଳସୀ ସଂଗ୍ରହ ପଦଯାତ୍ରା

ଭଦ୍ରକ:ଆସନ୍ତା ଡିସେମ୍ବର ୧ ତାରିଖରେ ରାଜ୍ୟରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଚାରିଦ୍ବାର ଖୋଲିବା ଦାବିରେ ସବୁ ପଞ୍ଚାୟତରୁ ତୁଳସୀ ଆସି ଶ୍ରୀମନ୍ଦିର ଯିବ । ଏହି ତୁଳସୀ ଯାତ୍ରା ପାଇଁକଂଗ୍ରେସ ପକ୍ଷରୁ ଗାଁ ଗଣ୍ଡାରୁ ତୁଳସୀ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କ୍ରମରେ ଶନିବାର ପିସିସି ସଭାପତିଙ୍କ ଆହ୍ବାନକ୍ରମେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସଙ୍କ ନେତୃତ୍ୱରେ ତୁଳସୀ ସଂଗ୍ରହ ପଦଯାତ୍ରା ଅନୁଷ୍ଠିତ ହୋଇଛି ।

ଏହି ପଦଯାତ୍ରା ତିହିଡି ବାସନ୍ତୀ ଦୁର୍ଗା ପଡ଼ିଆରୁ ବାହାରି ସଦର ବଜାର ଦେଇ ବଉଳପାଳ, ଶଙ୍ଖିଡା, କଲେଜ ଛକ ଆଦି ଅଞ୍ଚଳ ପରିକ୍ରମା କରିବା ପରେ ତିହିଡି ଗାଁ ଶେଷରେ ଥିବା ହରିପୁର ଠାରେ ପହଞ୍ଚି ଥିଲା । ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ଥିବା କଂଗ୍ରେସ ନେତୃତ୍ବମାନେ ରାଜ୍ଯ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିଥିଲେ । ଏହି ଅଭିଯାନ ଦ୍ୱାର ଜନମାନସରେ ଏକ ସଚେତନ ସୃଷ୍ଟି କରାଯିବ ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଶୋକ କୁମାର ଦାସ ଏବଂ ପୂର୍ବତନ ସାଂଗଠନିକ ସମ୍ପାଦକ ସତ୍ୟାନନ୍ଦ ରାଉତ ମତପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କଂଗ୍ରେସର ତୁଳସୀ ଯାତ୍ରା, 30ରେ ରାଉରକେଲାରେ ହେବ ତୁଳସୀ ସଂଗ୍ରହ

ତୁଳସୀ ଯାତ୍ରା ନେଇ କଂଗ୍ରେସ କହିଛି ଯେ,"ରାଜ୍ଯ ସରକାର ମହାପ୍ରଭୁ ଜଗନ୍ନାଥଙ୍କୁ ରାଜନୈତିକ ଛତ୍ରଛାୟା ତଳେ ରଖୁଛନ୍ତି । ଉଭୟ ବିଜେଡି ଏବଂ ବିଜେପି ରାଜନୀତି ନାଁରେ ଜନସାଧାରଣଙ୍କ ଭାବାବେଗ ସହିତ ଖେଳ ଖେଳୁଛନ୍ତି । ସରକାର ସାଧାରଣ ଲୋକଙ୍କ ସ୍ବାର୍ଥକୁ ପ୍ରତିହତ କରିଆସୁଥିବା ବେଳେ ମହାପ୍ରଭୁଙ୍କୁ ମଧ୍ୟ ଛାଡ଼ିଲେ ନାହିଁ । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ତୁଳସୀ ସଂଗ୍ରହ ଅଭିଯାନ ଆରମ୍ଭ ହେଉଛି ।"

ଶିଳ୍ପାୟନ ନାଁରେ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥ ମନ୍ଦିରର ଅମୃତମଣୋହି ଜମି ଏବଂ ଚାଷୀମାନଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରିିଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି କରିବା, ମନ୍ଦିର ତଥା ଭଣ୍ଡାର ଘର ମରାମତି କରିବା ଆଦି ବିଭିନ୍ନ ଦଫାରେ ସାରା ରାଜ୍ୟରେ ତୁଳସୀ ସଂଗ୍ରହ କରାଯାଇ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଯିବ । ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଜନସାଧାରଣଙ୍କୁ କଂଗ୍ରେସ ସହ ଯୋଡ଼ିବାକୁ ଏହା ଏକ ଅଭିନବ ପ୍ରୟାସ କୁହାଯାଇପାରେ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ପ୍ରସଙ୍ଗ, ସରକାରଙ୍କୁ ଜିଲ୍ଲା କଂଗ୍ରେସର ଚେତାବନୀ

ଇଟିଭି ଭାରତ, ଭଦ୍ରକ

Last Updated : Nov 26, 2023, 2:22 PM IST

ABOUT THE AUTHOR

...view details