ଓଡିଶା

odisha

ETV Bharat / state

ସିଏଏ ପ୍ରତ୍ୟାହାର ଦାବିରେ କଂଗ୍ରେସର ପ୍ରତିବାଦ - CONGRESS PROTEST against CAA

ଭଦ୍ରକରେ ସିଏଏକୁ ବିରୋଧ । ସିଏଏ ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

CONGRESS PROTEST
ସିଏଏ ପ୍ରତ୍ୟାହାର ଦାବିରେ କଂଗ୍ରେସର ପ୍ରତିବାଦ

By

Published : Dec 29, 2019, 7:11 PM IST

ଭଦ୍ରକ: ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବୀରେ କଂଗ୍ରେସ ପକ୍ଷରୁ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଏକ ପ୍ରତିବାଦ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ।

ସିଏଏ ପ୍ରତ୍ୟାହାର ଦାବିରେ କଂଗ୍ରେସର ପ୍ରତିବାଦ

ସେଠାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ ନେତୃତ୍ଵରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ନହେଲେ, ଦାବି ପୂରଣ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲେଇବ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭରେ କଂଗ୍ରେସର ବହୁ ବରିଷ୍ଠ ନେତା ତଥା କର୍ମୀ ସାମିଲ ହୋଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details