ଭଦ୍ରକ: ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କଂଗ୍ରେସ ମିଡ଼ିଆ ସେଲର ଅଧକ୍ଷ ସତ୍ୟପ୍ରକାଶ ନାୟକ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ ।
ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିବର୍ତ୍ତନ, ଜିଲ୍ଲାରେ କ୍ରୀଡାର ବିକାଶ, ଫେକର ପାୱାର ପ୍ଲାଣ୍ଟରେ ହେଉଥିବା ଅନିୟମିତତା ବନ୍ଦ ଓ ସରକାରୀ ଜମି ଜବରଦଖଲକାରୀଙ୍କୁ ଉଚ୍ଛେଦ ପରି ପାଞ୍ଚ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଛି।