ଓଡିଶା

odisha

ETV Bharat / state

ପଞ୍ଚାୟତ ପରେ ପୌର ତାତି, କଂଗ୍ରେସ ପ୍ରାର୍ଥୀଙ୍କୁ ଧମକାଉଛି BJD ! - ବିଜେଡି ଦଳ ପକ୍ଷରୁ କଂଗ୍ରେସ ପ୍ରାର୍ଥୀଙ୍କୁ ଧମକ ଅଭିଯୋଗ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ପରେ ବର୍ତ୍ତମାନ ପୌର ତାତି ଦେଖିବାକୁ ମିଳିଛି । ଶାସକ ବିଜେଡି ଦଳ ପକ୍ଷରୁ କଂଗ୍ରେସ ପ୍ରାର୍ଥୀ ଏବଂ କର୍ମୀମାନଙ୍କୁ ପୌର ନିର୍ବାଚନ ସମୟରେ ଧମକ ଦିଆଯାଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

ବିଜେଡି ପକ୍ଷରୁ କଂଗ୍ରେସ ପ୍ରାର୍ଥୀଙ୍କୁ  ଧମକ ଅଭିଯୋଗ
ବିଜେଡି ପକ୍ଷରୁ କଂଗ୍ରେସ ପ୍ରାର୍ଥୀଙ୍କୁ ଧମକ ଅଭିଯୋଗ

By

Published : Mar 10, 2022, 10:11 AM IST

ଭଦ୍ରକ:ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ପରେ ବର୍ତ୍ତମାନ ପୌର ତାତି ଦେଖିବାକୁ ମିଳିଛି । ଶାସକ ବିଜେଡି ଦଳ ପକ୍ଷରୁ କଂଗ୍ରେସ ପ୍ରାର୍ଥୀ ଏବଂ କର୍ମୀମାନଙ୍କୁ ପୌର ନିର୍ବାଚନ ସମୟରେ ଧମକ ଦିଆଯାଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଏନେଇ ବୁଧବାର ଦଳର ସମସ୍ତ ପ୍ରାର୍ଥୀ, ବରିଷ୍ଠ ନେତୃବୃନ୍ଦଙ୍କ ସହ କର୍ମୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବିଜେଡି ପକ୍ଷରୁ କଂଗ୍ରେସ ପ୍ରାର୍ଥୀଙ୍କୁ ଧମକ ଅଭିଯୋଗ

ବିଗତ ଦିନରେ ବିଜେଡି ପକ୍ଷରୁ ଏହି ପରି ଆଚରଣ ଜାରି ରହିଥିବା ଦେଖିବାକୁ ମିଳିଛି । କଂଗ୍ରେସ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଭଦ୍ରକ ବିଧାୟକଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବା ସହ ଆଇନର ଆଶ୍ରୟ ନେବ ବୋଲି ସ୍ପଷ୍ଟ କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ । ଆସନ୍ତା 24 ତାରିଖ ଦିନ ହେବାକୁ ଥିବା ପୌର ନିର୍ବାଚନ ପାଇଁ, ସାଧାରଣ ଲୋକଙ୍କ ଆବେଗକୁ ଦୃଷ୍ଟିରେ ରଖି ଦଳ ପୁରୁଣାବଜାର ଅଞ୍ଚଳରୁ ଅଧ୍ୟକ୍ଷ ପ୍ରାର୍ଥୀ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ତେବେ ଭାଇଚାରାର ସହର ଭଦ୍ରକରେ ଦୁର୍ନୀତି ବିରୁଦ୍ଧରେ ଏବଂ ବିକାଶକୁ ମୁଦ୍ଦା କରି କଂଗ୍ରେସ ନିର୍ବାଚନରେ ବାଜିମାତ୍ କରିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details