ଓଡିଶା

odisha

ଡିସେମ୍ବର ୫ରେ ଭଦ୍ରକ ବନ୍ଦ, ୮ ଘଣ୍ଟିଆ ବନ୍ଦ ଡାକରା ଦେଲା କଂଗ୍ରେସ

By

Published : Nov 28, 2022, 5:53 PM IST

ଡିସେମ୍ବର ୫ରେ ଭଦ୍ରକ ବନ୍ଦ । ୮ ଘଣ୍ଟିଆ ବନ୍ଦ ଡାକରା ଦେଲା କଂଗ୍ରେସ । ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଓ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ଦାବିକୁ ସରକାରଙ୍କ ଅଣଦେଖା ଅଭିଯୋଗ । ଡିସେମ୍ବର ୫ ତାରିଖରେ ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଲା ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ଡିସେମ୍ବର ୫ରେ ଭଦ୍ରକ ବନ୍ଦ, ୮ ଘଣ୍ଟିଆ ବନ୍ଦ ଡାକରା ଦେଲା କଂଗ୍ରେସ
ଡିସେମ୍ବର ୫ରେ ଭଦ୍ରକ ବନ୍ଦ, ୮ ଘଣ୍ଟିଆ ବନ୍ଦ ଡାକରା ଦେଲା କଂଗ୍ରେସ

ଭଦ୍ରକ: ଡିସେମ୍ବର ୫ ତାରିଖରେ ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଲା ଭଦ୍ରକ ଜିଲ୍ଲା କଂଗ୍ରେସ । ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ଦାବି କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ । ଏନେଇ ବାରମ୍ବାର ଦାବି ପରେ ମଧ୍ୟ ସରକାର କିଛି ପଦକ୍ଷେପ ନେଉ ନଥିବାରୁ ଦଳ ତରଫରୁ ଭଦ୍ରକ ବନ୍ଦର ଆହ୍ବାନ ଦିଆଯାଇଛି ।

ଡିସେମ୍ବର ୫ରେ ଭଦ୍ରକ ବନ୍ଦ, ୮ ଘଣ୍ଟିଆ ବନ୍ଦ ଡାକରା ଦେଲା କଂଗ୍ରେସ

ଭଦ୍ରକ ଜିଲ୍ଲା ପ୍ରତି ରାଜ୍ୟ ସରକାର ଅବହେଳା କରିଥିବା କଂଗ୍ରେସ ଅଭିଯୋଗ କରିଛି । ପୂର୍ବରୁ ଭଦ୍ରକ ଜିଲ୍ଲାରେ ଗୋଟିଏ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଦାବି ହୋଇଥିଲା । ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ଅନେକ ଥର ଦାବି ହୋଇଛି । କିନ୍ତୁ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ଏହା ବିରୋଧରେ ଆନ୍ଦୋଳନ କରିବାକୁ କଂଗ୍ରେସ ସ୍ଥିର କରିଛି । ଆସନ୍ତା ଡିସେମ୍ବର ୫ ତାରିଖ ଦିନ ସକାଳ ୬ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ଭଦ୍ରକ ବନ୍ଦର ଆହ୍ବାନ ଦିଆଯାଇଛି । ଏଥିପାଇଁ ଭଦ୍ରକ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅବଗତି ପାଇଁ ଏକ ପତ୍ର ପ୍ରଦାନ କରାଯାଇଛି ।

ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ନଳିନୀ ମହାନ୍ତି କହିଛନ୍ତି, "ଭଦ୍ରକବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବିକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ବାରମ୍ବାର ଦାବି ପରେ ମଧ୍ୟ ଶୁଣୁ ନାହାନ୍ତି । ବିଶେଷ କରି ସ୍ବାସ୍ୟସେବା ପାଇଁ ଜିଲ୍ଲାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଜିଲ୍ଲାବାସୀଙ୍କ ହକ୍‌ ପାଇଁ ଶେଷରେ ବାଧ୍ୟ ହୋଇ କଂଗ୍ରେସ ଦଳ ଭଦ୍ରକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details