ଓଡିଶା

odisha

ETV Bharat / state

ଖାଲି ପଡ଼ିଛି ପଦବୀ, ଖତ ଖାଉଛି ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର - ଭଦ୍ରକରେ ଖତ ଖାଉଛି ସ୍କୁଲ କମ୍ପ୍ୟୁଟର

ଭଦ୍ରକ ଜିଲ୍ଲା ରାଣୀତାଲ ସ୍କୁଲରେ ଖାଲି ପଡ଼ିଛି କମ୍ପ୍ୟୁଟର ଶିକ୍ଷକଙ୍କ ପଦ । ଫଳରେ ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଖତ ଖାଉଥିବା ବେଳେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

By

Published : Jul 23, 2019, 8:46 PM IST

ଭଦ୍ରକ: ବୈଷୟିକ ଶିକ୍ଷାର ମାନବୃଦ୍ଧି ଲାଗି ସରକାର ଆରମ୍ଭ କରିଛନ୍ତି କମ୍ପ୍ୟୁଟରୀକରଣ ଯୋଜନା । ପ୍ରତି ସ୍କୁଲରେ ପାଠପଢା ସହିତ ପିଲାଙ୍କୁ ଦିଆଯିବ କମ୍ପ୍ୟୁଟର ଶିକ୍ଷା । ହେଲେ କମ୍ପ୍ୟୁଟର ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଥିବାରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଉପକରଣ । ଫଳରେ କମ୍ପ୍ୟୁଟର ଶିକ୍ଷାରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ ଜିଲ୍ଲା ରାଣୀତାଲ ଉଚ୍ଚ ବିଦ୍ୟାଳୟରେ ରାହାଞ୍ଜ, ଜଗଦଲପୁର, ରମ୍ଭିଳା, ଚରମ୍ପା ଓ ରାଣୀତାଲ ଅଞ୍ଚଳର 323 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ସ୍କଲରେ ଏବେ ଖାଲି ପଡିଛି କମ୍ପ୍ୟୁଟର ଶିକ୍ଷକଙ୍କ ପଦବୀ । ଫଳରେ 30ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚରେ ଆସିଥିବା କମ୍ପ୍ୟୁଟର ଉପକରଣ ଖତ ଖାଉଛି । ଆଉ ଏଥିସହ 12ଟି କମ୍ପ୍ୟୁଟରର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାରେ ଲାଗିଛି ।

ତେବେ କମ୍ପ୍ୟୁଟର ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଥିବା ସ୍ବୀକାର ମଧ୍ୟ କରିଛନ୍ତି ପ୍ରଧାନ ଶିକ୍ଷକ । ଆଉ ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details