ଭଦ୍ରକ: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମୌସୁମୀ ବର୍ଷା ବେଳେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଲେ ଏହାର କିପରି ମୁକାବିଲା କରାଯିବ ସେନେଇ ଆଲୋଚନା ହୋଇଥିଲା ।
ଖୋଲା ପଡିଥିବା ନଦୀ ବନ୍ଧ ଗୁଡିକ କିପରି ସୁଦୃଢୀକରଣ କରାଯାଇପାରିବ ଏବଂ ବନ୍ୟା ଆଶ୍ରୟସ୍ଥଳ ଗୁଡିକୁ ମରାମତି କରି ରଖିବା ପାଇଁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ବିଶେଷ କରି ବନ୍ୟା ସମୟରେ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ରିଲିଫ୍ ସମାଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ପ୍ରଶାସନିକ ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।