ଓଡିଶା

odisha

By

Published : Jun 12, 2019, 11:06 AM IST

ETV Bharat / state

ଘର ଭିତରୁ ମା' ନାଗୁଣୀ ସହ 10 ନାଗ ଛୁଆ ଉଦ୍ଧାର

ଜିଲ୍ଲା ଧାମନଗର ବ୍ଲକ ଦିହୁଡି ଆନନ୍ଦପୁର ଗ୍ରାମରେ ନାଗ ସାପ ଉଦ୍ଧାର ହୋଇଛି । 10ଟି ନାଗ ଛୁଆ ଓ ଗୋଟିଏ ନାଗୁଣୀ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା ବାଲେଶ୍ବର

ଭଦ୍ରକ: ଜିଲ୍ଲା ଧାମନଗର ବ୍ଲକ ଦିହୁଡି ଆନନ୍ଦପୁର ଗ୍ରାମରେ 10ଟି ନାଗ ଛୁଆ ଓ ଗୋଟିଏ ନାଗୁଣୀ ଉଦ୍ଧାର କରାଯାଇଛି । ଗାଁର ଖଗେଶ୍ବର ମହାକୁଡ଼ଙ୍କ ଘରେ ଦେଖିବାକୁ ମିଳିଥିଲା ଏହି ଘଟଣା । ଏଥି ସହିତ ଗୋଟିଏ ମଲା ନାଗ ସାପ ଛୁଆ ମଧ୍ୟ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବାଲେଶ୍ବର

ତେବେ ତାଙ୍କ ଠାକୁର ଘରେ ଛୋଟ ନାଗ ଛୁଆ ଖେଳୁଥିବା ପ୍ରଥମେ ସେ ଦେଖିବାକୁ ପାଇଥିଲେ । ପରେ ସଙ୍ଗେ ସଙ୍ଗେ ସେ ସ୍ନେକ ହେଲପ ଲାଇନକୁ ଖବର ଜଣାଇଥିଲେ । ସ୍ନେକ ହେଲପ ଲାଇନ ପକ୍ଷରୁ ସେକ୍ ମିର୍ଜା ନାମକ ଜଣେ ବ୍ୟକ୍ତି ନାଗ ସାପ ଓ ଛୁଆ ଗୁଡିକୁ ଧରିବାକୁ ସାକ୍ଷମ ହୋଇଛନ୍ତି । ଘରର ଅନେକ ସ୍ଥାନରୁ ଗାତ ଖୋଳାଯାଇ ସାପ ଗୁଡିକୁ ଉଦ୍ଧାର କରାଯାଇଛି ।

ତେବେ ଘରର ଭିତରେ ଏତେ ସଂଖ୍ୟକ ସାପ ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details