ଓଡିଶା

odisha

ETV Bharat / state

Smart School: ହାଇସ୍କୁଲ ରୂପାନ୍ତରଣ, ଭଦ୍ରକରେ 124ଟି ବିଦ୍ୟାଳୟ ହେଲା ସ୍ମାର୍ଟ ସ୍କୁଲ - ଭଦ୍ରକରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ

ତୃତୀୟ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ 124ଟି ସ୍ମାର୍ଟ ସ୍କୁଲ ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

school transformed Programme in bhadrak
ଭଦ୍ରକରେ 124ଟି ବିଦ୍ୟାଳୟ ହେଲା ସ୍ମାର୍ଟ ସ୍କୁଲ

By

Published : May 5, 2023, 9:30 AM IST

School Transformation Programme

ଭଦ୍ରକ:ନୂଆ ରୂପରେ ଚମକୁଛି ବିଦ୍ୟାର୍ଥୀଙ୍କ ମନ୍ଦିର । ତୃତୀୟ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ 124ଟି ସ୍କୁଲ ରୂପାନ୍ତରଣ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଜିଲ୍ଲା ପାଇଁ ପ୍ରଥମ ଦଫାରେ 17ଟି ଏବଂ ଦ୍ବିତୀୟ ଦଫାରେ 80ଟି ହାଇସ୍କୁଲର ଲୋକାର୍ପିତ ହେବା ପରେ ତୃତୀୟ ପର୍ଯ୍ୟାୟରେ 124ଟି ସ୍କୁଲ ରୂପାନ୍ତରଣ ହୋଇଛି । ତୃତୀୟ ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରଣ ଲୋକାର୍ପଣ ଉତ୍ସବ ଜିଲ୍ଲା ବାସୁଦେବପୁର ବ୍ଲକ ମନ୍ଦାରୀ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା ।

ଲୋକସେବା ଭବନ ତୃତୀୟ ମହଲାର ସମ୍ମିଳନୀ କକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସି ଜରିଆରେ ତୃତୀୟ ଦଫାରେ 124 ଟି 5T ରୂପାନ୍ତରଣ ହାଇସ୍କୁଲର ଲୋକର୍ପଣ ଉତ୍ସବ କରାଯାଇଥିଲା । ଏହି ଅବସରରେ ଲୋକସେବା ଭବନର ତୃତୀୟ ମହଲାର ସମ୍ମିଳନୀ କକ୍ଷରୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଶାସନ ସଚିବ ତଥା ଆୟୋଗ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । 5T ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତୃତୀୟ ଦଫାରେ ଲୋକାର୍ପିତ ହୋଇଥିବା 124ଟି ସ୍କୁଲ ମଧ୍ୟରେ ବାସୁଦେବପୁର ବ୍ଲକର 22ଟି, ଚାନ୍ଦବାଲି ବ୍ଲକର 15ଟି, ଭଦ୍ରକ ବ୍ଲକର 22ଟି, ବନ୍ତ ବ୍ଳକର 15ଟି, ତିହିଡ଼ି ବ୍ଳକର 14ଟି, ଧାମନଗର ବ୍ଲକର 22ଟି ଓ ଭଣ୍ଡାରିପୋଖରୀ ବ୍ଲକର 16ଟି ସ୍କୁଲ ଅନ୍ତର୍ଭୁକ୍ତ ରହିଛି ।

ମନ୍ଦାରୀ ହାଇସ୍କୁଲ ଦଶମ ଶ୍ରେଣୀର ଛାତ୍ରୀ ଆୟୁଷା ମଲ୍ଲିକ, ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳପ କରିବା ପରେ ଓଡ଼ିଶା ସରକାରଙ୍କ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପିଲାମାନଙ୍କୁ ଢ଼େର ଉତ୍ସାହିତ କରିବା ସହିତ ସେମାନଙ୍କ ଅନେକ ଆଶା ଏବଂ ସ୍ଵପ୍ନ ପୂରଣ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବୋଲି ପ୍ରକାଶ କରିଥିଲେ । 5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶିକ୍ଷାର ଭିତ୍ତି ଭୂମିକୁ ସୁଦୃଢ଼ କରିପାରିଛି ଏବଂ ବିଦ୍ୟାର୍ଥୀମାନଙ୍କ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଏହା ସୁଯୋଗ ସୃଷ୍ଟି କରିପାରିଛି ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମନ୍ଦାରୀ ହାଇସ୍କୁଲ ପରିସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଲୋକାର୍ପଣ ଉତ୍ସବରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details