ଓଡିଶା

odisha

ମହିଳାଙ୍କୁ ଯୌନ ନିର୍ଯାତନା, ମହିଳା SI ଗିରଫ

ମହିଳା ଏସଆଇଙ୍କ ନାଁଁରେ ସଙ୍ଗୀନ ଅଭିଯୋଗ । ଯୌନ ନିର୍ଯାତନା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହେବା ପରେ ଏସଆଇ ତପସ୍ଵିନୀ ମହାପାତ୍ରଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

By

Published : Apr 3, 2023, 9:57 AM IST

Published : Apr 3, 2023, 9:57 AM IST

Updated : Apr 3, 2023, 10:12 AM IST

si tapaswini mohapatra arrested
si tapaswini mohapatra arrested

si tapaswini mohapatra arrested

ଭଦ୍ରକ:ସମଲିଙ୍ଗୀ ପ୍ରେମ ଓ ପରେ ଯୌନ ନିର୍ଯାତନା । ଏଭଳି ଏକ ଅଭିଯୋଗ ଆସିଛି ଖୋଦ ଜଣେ ଏସଆଇଙ୍କ ନାଁରେ । ଜନସାଧାରଣଙ୍କୁ ସୁରକ୍ଷା ପାଇଁ ପାଇଥିବା ଚାକିରିରେ ଲାଗିଛି ଦାଗ । ମହିଳା ଏସଆଇ ଆଉ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗତକାଲି(ରବିବାର) ପୋଲିସ ତାଙ୍କୁ ଗିରଫ କରିଛି । ଉକ୍ତ ମହିଳାଙ୍କ ଏସଆଇଙ୍କ ନାମ ତପସ୍ଵିନୀ ମହାପାତ୍ର ହୋଇଥିବା ବେଳେ ସେ ଚୂଡାମଣି ମେରାଇନ ଥାନାର ସବ ଇନସିପେକ୍ଟର ଥିଲେ । ଭଦ୍ରକ ଟାଉନ ଥାନାରେ 191/2023 ନମ୍ବର ଏକ ମାମଲା ରୁଜୁ କରିଥିଲେ ପୀଡିତା ମହିଳା ।

ସୂଚନା ଅନୁଯାୟୀ, ଭଦ୍ରକ ପୁରୁଣା ବଜାର ଥାନାରେ 2021ରୁ ତପସ୍ଵିନୀ ମହାପାତ୍ର ସବ ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଥିବା ସମୟରେ ଜନୈକ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ପରବର୍ତ୍ତୀ ସମୟରେ ସବ ଇନସ୍ପେକ୍ଟର ଜଣଙ୍କର ଚୂଡାମଣି ମେରାଇନ ଥାନାକୁ ବଦଳି ହୋଇ ଯାଇଥିଲା । ଗତକାଲି ସୁଦ୍ଧା ସେ ସେଠାରେ କାର୍ଯ୍ୟରତ ଥିଲେ । ତେବେ ସୂଚନା ଅନୁଯାୟୀ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ପରେ ବିବାହ ପର୍ଯ୍ୟନ୍ତ ଯାଇଥିଲା । ହେଲେ କୌଣସି କାରଣରୁ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣା, ୨ ପୋଲିସ କର୍ମଚାରୀ ଫାୟାରିଂ କରିଥିବା ଅଭିଯୋଗ

ତେବେ ଶନିବାର ଉକ୍ତ ମହିଳାଜଣକ ତପସ୍ବିନୀଙ୍କ ନାମରେ ଯୌନ ନିର୍ଯାତନା ନେଇ ଟାଉନଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଭଦ୍ରକ ଟାଉନ ଥାନା ପୋଲିସ ଅଭିଯୁକ୍ତ ମହିଳା ସବ ଇନସ୍ପେକ୍ଟରଙ୍କୁ ଗିରଫ କରିବା ପରେ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିଲେ । ତେବେ ଡାକ୍ତରୀ ପରୀକ୍ଷାରୁ ସେ ମହିଳା ବୋଲି ଜଣାପଡିଛି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ତଦନ୍ତ ପରେ ଅଭିଯୋଗ ସତ୍ୟ ବୋଲି ଜଣାପଡିବା ପରେ ମହିଳା ସବ ଇନସ୍ପେକ୍ଟର ତପସ୍ଵିନୀ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ସିଟି ଡଏସପି ଅଂଶୁମାନ ଦ୍ଵିବେଦୀ । ଏଥିସହ ମହିଳା ସବ ଇନସ୍ପେକ୍ଟର ତପସ୍ଵିନୀ ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ମଧ୍ୟ ଭଦ୍ରକ ସିଟି ଡିଏସପି କହିଛନ୍ତି । ତେବେ ଏହି ଘଟଣା ବର୍ତ୍ତମାନ ଭଦ୍ରକରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ତପସ୍ବିନୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।


ଇଟିଭି ଭାରତ, ଭଦ୍ରକ

Last Updated : Apr 3, 2023, 10:12 AM IST

ABOUT THE AUTHOR

...view details