ଭଦ୍ରକ:ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପେଜ ପଡି ତିନି ବର୍ଷର ଶିଶୁ ଗୁରୁତର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହା ମିନି ଅଙ୍ଗନୱାଡି କେନ୍ଦ୍ରରେ ଏଭଳି ଅଘଟଣ ଘଟିଛି । ପାଠପଢ଼ା ଚାଲୁଥିବା ସମୟରେ ଅସାବଧାନତା କାରଣରୁ ଶିଶୁ ଉପରେ ଗମର ପେଜ ପଡ଼ିଥିଲା । ଗୁରୁତର ଅବସ୍ଥାରେ ଶିଶୁଟିକୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଙ୍ଗନବାଡ଼ି କର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ପରିବାର ଲୋକେ ପୀରହାଟ ଥାନାରେ ଅଭିଯୋଗ କରିଛନ୍ତି ।
ଅଙ୍ଗନବାଡ଼ି କର୍ମୀଙ୍କ ଅସାବଧାନତା କାରଣରୁ ପେଜ ପଡିଯିବାରୁ ଶିଶୁ ପ୍ରସାଦ ନାୟକ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଏନେଇ ଶିଶୁର ବାପା କହିଛନ୍ତି, "ପୁଅ ଅଙ୍ଗନବାଡ଼ି ଯାଇଥିବା ସମୟରେ ପେଜ ପଡିଯାଇଥିଲା । ଏହାପରେ ଅଙ୍ଗନବାଡ଼ି କର୍ମୀ ଆସି ଶିଶୁକୁ ଘରେ ଛାଡ଼ିଦେଇ ଗଲେ । ତୁରନ୍ତ ତାକୁ ଚିକିତ୍ସାଳୟରେ ଭର୍ତ୍ତି କରାଗଲା । ଅଙ୍ଗନବାଡ଼ି ଅଧିକାରୀଙ୍କୁ ପଚାରିବାରୁ ସେ ଏଥିରେ କିଛି କରିପାରିବେ ନାହିଁ ବୋଲି କହିଥିଲେ ।"
ଏହାପରେ ସେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ଅଙ୍ଗନବାଡ଼ି କର୍ମୀଙ୍କ ଭରସାରେ ପିତାମାତା କେନ୍ଦ୍ରକୁ ଛାଡୁଛନ୍ତି । କିନ୍ତୁ ସେଠାରେ ପିଲାଙ୍କ ଦାୟିତ୍ବ କିଏ ନେବ ବୋଲି ଶିଶୁଟିର ବାପା ପ୍ରଶ୍ନ କରିଛନ୍ତି । ପ୍ରଥମେ ସେ ଏହାକୁ ନେଇ ଅସ୍ବୀକାର କରୁଥିବାବେଳେ ପୋଲିସର ହସ୍ତକ୍ଷେପ ପରେ ସ୍ଥାନୀୟ ଭଦ୍ରଲୋକଙ୍କ ଜରିଆରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାଯାଇଛି ଏବଂ କର୍ମୀ ସଞ୍ଜୁଲତା ନାୟକ ଏହି ଘଟଣାରେ ଦୋଷ ସ୍ୱୀକାର କରିଛନ୍ତି । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ପରିବର୍ତ୍ତେ ପିଲାଙ୍କୁ ନିଜ ଘରେ ପାଠ ପଢ଼ାଇ ରୋଷେଇ କରି ଖାଇବାକୁ ଦେଉଥିବା କହିଛନ୍ତି । ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହ ତଦନ୍ତ କରିଛି ।