ଭଦ୍ରକ: ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ମେଡିକାଲରେ । ଏନେଇ ମୃତ ଶିଶୁର ବାପା ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି ।
ଖବର ଅନୁଯାୟୀ, ନରସିଂହପୁର ଗ୍ରାମର ନିରଞ୍ଜନ ବେହେରା ନିଜ ଶିଶୁପୁତ୍ରର ଝାଡା, ବାନ୍ତି ରୋଗ ଚିକିତ୍ସା ପାଇଁ ବାସୁଦେବପୁର ମେଡିକାଲକୁ ଆଣିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ଆବଶ୍ୟକୀୟ ମେଡିସିନ ଦେଇ ଘରକୁ ଫେରାଇ ଦେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ପୁନଶ୍ଚ ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ସାଲାଇନ ଓ ମେଡିସିନ ଦେଇ ଘରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ ।