ଓଡିଶା

odisha

ETV Bharat / state

ଶିଶୁପୁତ୍ର ମୃତ୍ୟୁର 25 ଦିନ ପରେ ଥାନାରେ ଅଭିଯୋଗ; ଅଭିଯୁକ୍ତ ଗିରଫ - ନନ୍ଦିନୀ ମୁଣ୍ଡା

ଅଭିଯୋଗ ଶିଶୁର ପିତାହିଁ ଶିଶୁର ହତ୍ୟାକାରୀ । ଘଟଣାର ସ୍ପଷ୍ଟତା ପାଇଁ ଅଧିକ ତଦନ୍ତ କରୁଛି ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Sep 9, 2019, 6:09 PM IST

ଭଦ୍ରକ: ଜିଲ୍ଲାରେ ଏକ ମାସର ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ସନ୍ଦେହ । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ତଦନ୍ତକାରୀ ମାଜିଷ୍ଟ୍ରେଟ । ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆ ନିଉ କଲୋନୀ ଅନ୍ତର୍ଗତ ଆଦିବାସୀ ସାହିରେ ଏକ ଶିଶୁ ପୁତ୍ରର ମୃତ୍ୟୁପରେ ମୃତଦେହକୁ ଉଭୟ ବାପା-ମା ଏକ ଗାତ ଖୋଳି ପୋତି ଦେଇଥିଲେ । ତେବେ ଘଟଣାର ଏକ ମାସ ପରେ ଉକ୍ତ ଶିଶୁପୁତ୍ରର ମୃତ୍ୟୁରେ ଆସିଛି ମିଷ୍ଟ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମୃତ ଶିଶୁପୁତ୍ରର ମା ନନ୍ଦିନୀ ମୁଣ୍ଡା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ପାରିବାରିକ କଳହକୁ କେନ୍ଦ୍ର କରି ଶିଶୁ ପୁତ୍ରକୁ ମାରି ଦେଇଛନ୍ତି। ଏ ଘଟଣାକୁ ନେଇ ଅଭିଯୋଗ ହେବା ପରେ ଆଜି ଫୋରେନସିକ ଟିମ ଓ ଗ୍ରାମାଞ୍ଚଳ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତ ଟିକୁ ମୁଣ୍ଡାକୁ ଘଟଣାସ୍ଥଳକୁ ନେଇ ଗାତ ଖୋଳି ଶିଶୁଟିର ଖପୁରୀ ଉଦ୍ଧାର କରିବା ସହ ଏ ଘଟଣାର ତଦନ୍ତ ଜାରି ରହିଛି । ଏହାସହ ଅଭିଯୁକ୍ତ ଟିକୁ ମୁଣ୍ଡାକୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ପାଇଁ ଜବତ ହୋଇଥିବା ଖପୁରୀକୁ ଫରେନସିକ ଲ୍ୟାବକୁ ପଠାଇଛି ପୋଲିସ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details