ଭଦ୍ରକ: ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡିଶା ଫେରୁଥିବା ଏକ ବସରେ ଜଣେ ଗର୍ଭବତୀ ମହିଳା ଗର୍ଭଯନ୍ତ୍ରଣା ସହିନପାରି ବାଟରେ ପ୍ରସବ କରିଥିଲେ । ତେବେ ମହିଳାଙ୍କ ଅତ୍ୟଧିକ ପ୍ରସବ ବେଦନା ହେବାରୁ ବସଟି ମୁମ୍ବାଇ-ନାଗପୁର ଜାତୀୟ ରାଜପଥ ମଝିରେ ଅଟକିଥିଲା । ପରେ ରାସ୍ତା ପାର୍ଶ୍ୱରେ ମହିଳା ଜଣକ ପ୍ରସବ କରିଥିବା ଜଣାପଡିଛି ।
ଓଡିଶା ଫେରୁଥିଲେ ପ୍ରବାସୀ ଓଡିଆ ମହିଳା, ରାସ୍ତାରେ କଲେ ପ୍ରସବ - Child birth on the bus of migrated odia
ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡିଶା ଫେରୁଥିବା ଏକ ବସରେ ଜଣେ ଗର୍ଭବତୀ ମହିଳା ଗର୍ଭଯନ୍ତ୍ରଣା ସହିନପାରି ବାଟରେ ପ୍ରସବ କଲେ । ଉଭୟ ମାଆ ଓ ଶିଶୁକୁ ସ୍ଥାନାନ୍ତରିତ କରାଯାଇଛିି ଏବଂ ଉଭୟେ ସୁସ୍ଥ ଅଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ପ୍ରବାସୀ ଓଡିଆଙ୍କ ରାସ୍ତାରେ ପ୍ରସବ
ମହିଳାଙ୍କ ଘର ଭଦ୍ରକ ଜ଼ିଲ୍ଲା ତିହିଡ଼ି ବ୍ଳକ କୁବେରା ଅଞ୍ଚଳରେ ବୋଲି ସୂଚନା ମିଳିଛି । ସେ ତାଙ୍କ ସ୍ୱାମୀଙ୍କ ସହ ଶନିବାର ରାତିରୁ ଓଡିଶା ଫେରୁଥିଲେ । ପରେ ବସଟି ତାଙ୍କୁ ସେଠାରେ ଛାଡି ଅନ୍ୟ ଯାତ୍ରୀଙ୍କୁ ନେଇ ଓଡିଶା ଅଭିମୁଖେ ଆସିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ଦୂରରେ ଥିବା ନାଗପୁର ଜିଲ୍ଲା କାଲାମେଶ୍ଵର ଗୋଣ୍ଡାଖେରି ପ୍ରାଥମିକ ଚିକିତ୍ସାଳୟକୁ ଉଭୟ ମାଆ ଓ ଶିଶୁକୁ ସ୍ଥାନାନ୍ତରିତ କରାଯାଇଛିି । ଏବେ ଉଭୟେ ସୁସ୍ଥ ଅଛନ୍ତି । ବସରେ ମୋଟ 58 ଜଣ ଯାତ୍ରୀ ଥିବା ଜଣାପଡ଼ିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : May 4, 2020, 1:51 PM IST