ଓଡିଶା

odisha

ETV Bharat / state

ଭକ୍ତିପୂତ ମାହୋଲରେ ସରିଲା ଭଦ୍ରକ ରଥଯାତ୍ରା

ଭକ୍ତିପୂତ ମାହୋଲରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଦେବଭୂମି ଗବଶାହି ଏବଂ ହରିବୋଲ କ୍ଷେତ୍ର କେଶପୁର ସହ ସମୁଦାୟ 16ଟି ସ୍ଥାନରେ ବେଶ ଧୁମଧାମର ସହ ପାଳନ ହେଉଛି ରଥାଯାତ୍ରା ।

By

Published : Jul 4, 2019, 7:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭକ୍ତିପୂତ ମାହୋଲରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଦେବଭୂମି ଗବଶାହି ଏବଂ ହରିବୋଲ କ୍ଷେତ୍ର କେଶପୁର ସହ ସମୁଦାୟ 16ଟି ସ୍ଥାନରେ ବେଶ ଧୁମଧାମର ସହ ପାଳନ ହେଉଛି ରଥାଯାତ୍ରା । ମହାପ୍ରଭୁଙ୍କ ଘୋଷଯାତ୍ରା ସହ ନିଜ ଆରାଧ୍ୟ ଦେବଙ୍କୁ ରଥାରୂଢ ଦେଖିବା ପାଇଁ ଆଖାପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

କେଶପୁରଠାରେ ଦୀର୍ଘବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରାର ମଧ୍ୟ ରାଜ୍ୟରେ ବେଶ୍‌ ମହତ୍ତ୍ବ ରହିଛି । ତିନି ରଥରେ ତିନି ବିଗ୍ରହ ବିରାଜମାନ ହୋଇ ଘଣ୍ଟ ଘଣ୍ଟାର ତାଳେ ତାଳେ ଭକ୍ତ ସମାଗମ ମଧ୍ୟରେ କେଶପୁର ହରିବୋଲ କ୍ଷେତ୍ରରୁ ବାହାରି ତିହିଡି ବ୍ଲକର ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି ।

ଏଥିପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି । ଜିଲ୍ଲାପାଳ ଜ୍ଞାନ ଦାସ ଛେରା ପହଁରା କରିବା ପରେ ରଥଯାତ୍ରା ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ସହିତ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସାର ମଧ୍ୟ ବନ୍ଦୋବସ୍ତ କରାଯାଇଛି ।

ସେହିପରି ଦେବଭୂମି ଗବଶାହିଠାରେ ମଧ୍ୟ ରଥଯାତ୍ରା ମହାସମାରୋହରେ ପାଳିତ ହେଉଛି । ପ୍ରଥା ମୁତାବକ ରଥଯାତ୍ରା ଦିନ ଜିଲ୍ଲାପାଳ ଏବଂ ବାହୁଡା ଯାତ୍ରା ଦିନ ଆରକ୍ଷୀ ଅଧିକ୍ଷକ ମହାପ୍ରଭୁଙ୍କ ରଥରେ ଛେରା ପହଁରା କରିଥାନ୍ତି । ମୋଟାମୋଟି ଭାବେ ବେଶ ଭକ୍ତିପୂତ ମାହୋଲରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details