ଓଡିଶା

odisha

ETV Bharat / state

ବୈତରଣୀରେ ବନ୍ୟା, ସ୍ଥିତି ସମୀକ୍ଷା କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ - ବୈତରଣୀରେ ବନ୍ୟା

ବୈତରଣୀରେ ବନ୍ୟା ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏନେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବୈମକେଶ ରାୟଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଓ ସାଂସଦ ମିଳିତ ଭାବେ ଧାମନଗର ବନ୍ୟାଞ୍ଚଳ ଗସ୍ତ କରିବା ସହିତ ବୈତରଣୀ ନଦୀର ଏସକେପ ଗୁଡିକର ସ୍ଥିତି ବୁଲି ଦେଖିଛନ୍ତି। ଅଧିକ ପଢନ୍ତୁ

ସ୍ଥିତି ସମୀକ୍ଷା କଲେ ବୈମକେଶ ରାୟ
ସ୍ଥିତି ସମୀକ୍ଷା କଲେ ବୈମକେଶ ରାୟ

By

Published : Aug 20, 2022, 10:10 PM IST

ଭଦ୍ରକ:ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ପୁନଃ ଆଉ ଅକ ଲଘୁଚାପ ସୃଷ୍ଟି ହେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଏହି କ୍ରମେ ବୈତରଣୀରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ଏପରି ସ୍ଥଳେ ଶନିବାର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବୈମକେଶ ରାୟଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଓ ସାଂସଦ ମିଳିତ ଭାବେ ଧାମନଗର ବନ୍ୟାଞ୍ଚଳ ଗସ୍ତ କରିବା ସହିତ ବୈତରଣୀ ନଦୀର ଏସକେପ ଗୁଡିକର ସ୍ଥିତି ବୁଲି ଦେଖିଛନ୍ତି ।

ସ୍ଥିତି ସମୀକ୍ଷା କଲେ ବୈମକେଶ ରାୟ

ଉଚ୍ଚ ସ୍ତରୀୟ ବୈଷୟକ ଟିମ ଗସ୍ତ ପୂର୍ବରୁ ଯୋଜନା ବୋର୍ଡ ଅଧକ୍ଷଙ୍କ ନେତୃତ୍ବରେ ଏହି ସ୍ଵତନ୍ତ୍ର ଟିମ ଗସ୍ତ କରିଥିଲେ।ଏହି ଟିମ ପ୍ରଥମେ ବୈତରଣୀ ନଦୀର ମଲି ମାହାରା ଏସକେପ ଏବଂ ପରେ ଗୌରାଙ୍ଗ ପୁର ଏସକେପ ବୁଲି ଦେଖିଥିଲେ। ତେବେ ଚଳିତ ବର୍ଷ ବୈତରଣୀ ନଦୀରେ ଆସିଥିବା ବନ୍ୟାରେ କିପରି ଏହି ଏସକେପ ଦେଇ ବନ୍ୟା ଜଳ ପ୍ରବାହିତ ହୋଇଥିଲା ଓ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା ସେ ବିଷୟରେ ସ୍ଥାନୀୟଲୋକଙ୍କ ଠାରୁ ପଚାରି ବୁଝିବା ସହିତ ଏସକେପ ଗୁଡିକର ବାସ୍ତବ ସ୍ଥିତି ଦେଖିଥିଲେ।

ଏହି ପ୍ରତିନିଧି ଦଳରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବ୍ଲକ ଅଧକ୍ଷ ଅଶୋକ ନାୟକ ପ୍ରମୁଖ ଏସକେପ ଅଞ୍ଚଳ ବୁଲିଥିଲେ। ତେବେ ବାରମ୍ବାର ଏସକେପ ଦେଇ ବନ୍ୟା ଜଳ ନିର୍ଗତ ହେବା ଯୋଗୁଁ ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ, ତିହିଡି ଆଦି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ଜାଣିବାକୁ ପାଇଥିଲେ। ତେଣୁ ଏହାର ଉଚ୍ଚତା ବୃଦ୍ଧି ସହିତ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ଉଚ୍ଚ ସ୍ତରୀୟ ବୈଷୟକ ଟିମ ଦ୍ୱାରା ଅନୁଧ୍ୟାନ କରାଯାଇ ବନ୍ୟା ନିୟନ୍ତ୍ରଣ ପାଇଁ ଉଦ୍ୟମ କରାଯିବ ବୋଲି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହିଛନ୍ତି।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details