ଓଡିଶା

odisha

ETV Bharat / state

ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟରେ ଭିତରକନିକା ଯିବାକୁ ପର୍ଯ୍ୟଟକଙ୍କ ଭିଡ଼ - ଚାନ୍ଦବାଲିରେ ଭିତରକନିକା ପର୍ଯ୍ୟଟକଙ୍କ ଭିଡ଼

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟରେ ଭିତରକନିକାକୁ ଯିବାକୁ ଥିବା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Chandabali entrance crowded with Bhitarkanika tourists
ଚାନ୍ଦବାଲି ଏଣ୍ଟ୍ରିପଏଣ୍ଟରେ ଭିତରକନିକା ପର୍ଯ୍ୟଟକଙ୍କ ଜୋରଦାର ଭିଡ଼

By

Published : Feb 1, 2021, 7:18 PM IST

ଭଦ୍ରକ: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାକୁ ଯିବା ପାଇଁ ପର୍ଯ୍ୟଟକମାନେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟରେ ଭିଡ ଦେଖିବାକୁ ମିଳିଛି । ପର୍ଯ୍ୟଟକମାନେ ଚାନ୍ଦବାଲିରୁ ନଦୀ ମଧ୍ୟରେ 17 କିଲୋମିଟର ଜଳଯାତ୍ରା କରି ଭିତରକନିକାରେ ପହଞ୍ଚିବେ ।

ଚାନ୍ଦବାଲି ଏଣ୍ଟ୍ରିପଏଣ୍ଟରେ ଭିତରକନିକା ପର୍ଯ୍ୟଟକଙ୍କ ଜୋରଦାର ଭିଡ଼

ପ୍ରତିଦିନ ଭିତରକନିକାକୁ ଯିବା ପାଇଁ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟରେ ଅନେକ ବୋଟ ଲାଗୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଜାତୀୟ ଉଦ୍ୟାନ ଭିତରକନିକା ବୁଲିବାକୁ ବହୁ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳିଛି । ଜାନୁଆରୀ ୧୫ରୁ ୨୩ ପର୍ଯ୍ୟନ୍ତ କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିଥିଲା । ତେବେ ବର୍ତ୍ତମାନ ଏହାକୁ ଖୋଲାଯିବା ପରେ ପର୍ଯ୍ୟଟକଙ୍କ ଗହଳି ଚହଳି ଲାଗି ରହିଛି ।

ବହୁ ପର୍ଯ୍ୟଟକ ପ୍ରତିଦିନ ଚାନ୍ଦବାଲିରୁ ନଦୀ ମଧ୍ୟଦେଇ ଭିତର କନିକା ବୁଲିବାକୁ ଯାଉଛନ୍ତି । ନଦୀ ରେ ୧୭ କିମି ଜଳଯାତ୍ରା କରି ଭିତରକନିକାର ଭରପୂର ମଜ୍ଜା ନେଉଥିବା ଦେଖିବାକୁ ମିଳିଛି । ଶୀତ ଦିନରେ ଏହି ପର୍ଯ୍ୟଟନୀ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details