ଭଦ୍ରକ: ଭାଇଚାରାର ସହର ଭଦ୍ରକରେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀମାନେ। ଏହିଦିନ ଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ । ତେଣୁ ଏହି ଦିନକୁ ଚିରସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରିବା ପାଇଁ ଏହି ଦିନକୁ 'ଇଦ-ମିଲାଦୁନ-ନବି' ଭାବେ ଇସଲାମ ଧର୍ମାବଲମ୍ବୀମାନେ ପାଳନ କରିଥାନ୍ତି ।
ସୁସଜ୍ଜିତ ଆଲୋକମାଳା ସହ ଉତ୍ସବମୁଖର ହୋଇଉଠିଥିଲା ସମଗ୍ର ଭଦ୍ରକ ସହର । ଚଳିତବର୍ଷ ଇସଲାମଧର୍ମ ସମ୍ବଳିତ ବାର୍ତ୍ତା ନେଇ 70ରୁ ଉର୍ଦ୍ଧ୍ବ ସୁସଜ୍ଜିତ ମେଢ ସହିତ ମାନବ ଶୃଙ୍ଖଳ ବା କାଫେଲା ବିଭିନ୍ନ ସାହି ବସ୍ତିରୁ ଆସି ଭଦ୍ରକ ସହରରେ ଅବସ୍ଥିତ ଚଉଖଣ୍ଡିରୁ ବାହାରି ଦେଇ ସହର ପରିକ୍ରମା କରିବା ପରେ ମଦିନା ମଇଦାନରେ ପହଞ୍ଚିଥିଲା ।