ଓଡିଶା

odisha

ETV Bharat / state

ଭଦ୍ରକରେ ନିରାଡମ୍ବର ସହ ପାଳିତ ହେଲା 'ଇଦ୍‌-ଉଲ-ଜୁହା'

ଭଦ୍ରକ ସହରରେ ସମ୍ପୂର୍ଣ୍ଣ ନିରାଡମ୍ବର ସହ ପାଳନ କରାଯାଇଛି ବଳିଦାନର ପର୍ବ 'ଇଦ୍‌- ଉଲ- ଜୁହା' । ନିରାଡମ୍ବର ଭାବେ ଏହି ପର୍ବ ପାଳନ କରାଯାଇଥିଲେ ମଧ୍ୟ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରେ ରହି ଏହି ପର୍ବକୁ ପାଳନ କରିଛନ୍ତି।

By

Published : Aug 1, 2020, 12:52 PM IST

ଭଦ୍ରକରେ  ନିରାଡମ୍ବର ସହ ପାଳିତ ହେଲା 'ଇଦ୍‌-ଉଲ-ଜୁହା'
ଭଦ୍ରକରେ ନିରାଡମ୍ବର ସହ ପାଳିତ ହେଲା 'ଇଦ୍‌-ଉଲ-ଜୁହା'

ଭଦ୍ରକ: ବଳିଦାନର ପର୍ବ 'ଇଦ୍‌- ଉଲ- ଜୁହା' ଭଦ୍ରକ ସହରରେ ଆଜି (ଶନିବାର) ସମ୍ପୂର୍ଣ୍ଣ ନିରାଡମ୍ବର ସହ ପାଳନ କରାଯାଇଛି। କୋରୋନା ପାଇଁ ଜାରି ହୋଇଥିବା ସଟଡାଉନରେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଡା କଟକଣା ଲଗାଯାଇଛି। ଏହି ବଳିଦାନର ପର୍ବକୁ ମୁସଲିମ ଧର୍ମାବଲମ୍ବୀମାନେ ପ୍ରଶାସନର ନିର୍ଦ୍ଦେଶ ଏବଂ ଚଉଦ ମହଲା ମୁସଲିମ ଜମାତର ଅନୁରୋଧ କ୍ରମେ ସାମାଜିକ ଦୂରତା ରଖି ଇଦଗାହ ଓ ମସଜିଦରେ ନମାଜ ପାଠ କରିଛନ୍ତି ।

ଭଦ୍ରକରେ ନିରାଡମ୍ବର ସହ ପାଳିତ ହେଲା 'ଇଦ୍‌-ଉଲ-ଜୁହା'

ବିଶେଷ କରି ଇଦଗାହ ଓ ମସଜିଦରେ 5 ଜଣ କରି ମୁସଲିମ ଧର୍ମାବଲମ୍ବୀମାନେ ଆସି ନମାଜ ପାଠ କରିଛନ୍ତି। ଅନ୍ୟମାନେ ନିଜ ନିଜ ଘରେ ରହି ନମାଜ ପାଠ କରିଥିବା ଦେଖିବାକୁ ମିଳିଛି। ତେବେ ଭଦ୍ରକ ସହରରେ ଥିବା ଇଦଗାହରେ ଆଜିର ଦିନରେ ହଜାର ହଜାର ମୁସଲମାନ ସମୂହ ନମାଜ ପାଠ କରିବାକୁ ଥିବାବେଳେ ଆଜି ମାତ୍ର ପାଞ୍ଚ ଜଣରେ ସୀମିତ ରହିଥିଲା ନମାଜ ପାଠ। ତେବେ ନିରାଡମ୍ବର ଭାବେ ଏହି ପର୍ବ ପାଳନ କରାଯାଇଥିଲେ ମଧ୍ୟ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରେ ରହି ଏହି ପର୍ବକୁ ପାଳନ କରିଛନ୍ତି। ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ପର୍ବକୁ ଶୃଙ୍ଖଳିତ କରିବା ପାଇଁ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details