ଓଡିଶା

odisha

ETV Bharat / state

ମହିଳା ସଙ୍ଗଠନ ପକ୍ଷରୁ କୋରୋନା ସଚେତନତା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଠାରେ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ମହିଳା ସଙ୍ଗଠନ ପକ୍ଷରୁ କୋରୋନା ସଚେତନତା
ମହିଳା ସଙ୍ଗଠନ ପକ୍ଷରୁ କୋରୋନା ସଚେତନତା

By

Published : Jun 10, 2021, 8:44 AM IST

ଭଦ୍ରକ :ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଠାରେ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। କୋରୋନାରୁ ମୁକ୍ତି ପାଇବା ପାଇଁ ପୂର୍ବାପେକ୍ଷା ଆମକୁ ଅଧିକ ସଚେତନ ହେବାକୁ ପଡିବ । ନିୟମିତଭାବେ ହାତ ଧୋଇବା, ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ କରିବା, ଆଖି, ନାକ, ଓଠ ଓ ମୁହଁରେ ହାତ ନ ମାରିବା ସର୍ବୋପରି ସାମାଜିକ ଦୂରତା ବଜାୟ ରଖିବା ନେଇ ସଚେତନ କରାଯାଇଥିଲା ।

ମହିଳା ସଙ୍ଗଠନ ପକ୍ଷରୁ କୋରୋନା ସଚେତନତା

କୋରୋନାର ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହର ସଙ୍ଗୀନ ହୋଇପଡିଛି । ଆଗକୁ ତୃତୀୟ ଲହର ଆସୁଛି । ଯେଉଁଥିରେ ଶିଶୁମାନେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ନିଜେ ସଚେତନ ହେବା ସହିତ ଶିଶୁମାନଙ୍କୁ ସମସ୍ତ ପ୍ରକାରର କଟକଣା ମଧ୍ୟରେ ଆୟତ କରିବା ଲାଗି ଏହି କାର୍ଯ୍ୟକ୍ରମରେ ପରାମର୍ଶ ଦିଆଯାଇଛି । ହାତ ଧୋଇବା ହେଉ ଅଥବା ସାନିଟାଇଜ ହେଉ ଏହାର ଉଚିତ ପ୍ରଣାଳୀକୁ ଅବଲମ୍ବନ କରିବା ଲାଗି ଡେମୋ ଜରିଆରେ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଉପସ୍ଥିତ ସମସ୍ତ ମହିଳାମାନଙ୍କୁ ହାତ ଧୁଆଇ ସାନିଟାଇଜି କରାଯାଇଥିଲା ଏବଂ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ 8 ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଉପସ୍ଥିତ ଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details