ଓଡିଶା

odisha

ସିଏଏ ସପକ୍ଷରେ ବିଜେପିର ବିଶାଳ ରାଲି

By

Published : Jan 27, 2020, 7:44 PM IST

ଭଦ୍ରକ ସହରର ନୂଆ ବସଷ୍ଟାଣ୍ଡର ଦକ୍ଷିଣ କାଳୀ ମନ୍ଦିରରୁ ଏକ ବିଶାଳ ରାଲିରେ ବାହାରିଥିଲେ ବିଜେପି କର୍ମୀ ଓ ନେତା । ନାଗରିକତା ସଂଶୋଧନ ଆଇନ ଓ ଏନଆରସି ସପକ୍ଷରେ ଆୟୋଜନ ହୋଇଯାଇଛି ସଚେତନତା ସମାବେଶ ।

caa-supports-rally-in-bhadrak
caa-supports-rally-in-bhadrak

ଭଦ୍ରକ: ସିଏଏ ଓ ଏନଆରସି ସପକ୍ଷରେ ଭଦ୍ରକ ବିଜେପି ପକ୍ଷରୁ ବିଶାଳ ଶୋଭାଯାତ୍ରା । ନୂଆ ବସଷ୍ଟାଣ୍ଡ ନିକଟ ଦକ୍ଷିଣ କାଳୀ ମନ୍ଦିରରୁ ଏକ ବିଶାଳ ରାଲି ବାହାରିଥିଲା । ସହର ପରିକ୍ରମା କରିବା ପରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ସପକ୍ଷରେ ଲୋକମାନଙ୍କୁ ସଚେତନ ଉଦ୍ଦେଶ୍ୟରେ ଏକ ସଭା କରାଯାଇଥିଲା।

ସିଏଏ ସପକ୍ଷରେ ବିଜେପିର ବିଶାଳ ରାଲି

ଏହି ଅବସରରେ ବିଜେପି ରାଜ୍ଯ ସଭାପତି ସମୀର ମହାନ୍ତି ଯୋଗ ଦେଇ ଏହି ସଂଶୋଧିତ ଆଇନ ସପକ୍ଷରେ ବକ୍ତବ୍ୟ ରଖିଥିଲେ। ଆଇନକୁ ନେଇ ଅନ୍ୟ ଦଳ ପକ୍ଷରୁ ଭୁଲ ତଥ୍ଯ ପ୍ରଦାନ କରାଯାଇ ଲୋକ ମାନଙ୍କୁ ଭ୍ରମିତ କରାଯାଉଥିବା ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।

ଏହି ଆଇନ ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ଜରୁରୀ ବୋଲି କହିଥିଲେ ରାଜ୍ଯ ସଭାପତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details