ଭଦ୍ରକ: ମଦ୍ୟପ ଟ୍ରକ ଚାଳକର ଉନ୍ମତ କାଣ୍ଡ । ନିଶାଶକ୍ତ ଅବସ୍ଥାରେ ବେପରୁଆ ଗାଡ଼ି ଚଳାଇ ଷଣ୍ଢପଲ ଉପରେ ଚଢ଼ାଇଲା ଟ୍ରକ । ଫଳରେ ଅନେକ ନିରୀହ ଷଣ୍ଢଙ୍କ ମୃତ୍ୟୁ ହୋଇଛି । (bull dead due to drunken truck driver in bhadrak) । ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜ୍ୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଟ୍ରକ୍ଟି ସାଇଟ ମାରିବାରୁ ଯାତାୟାତ କରୁଥିବା ଅନେକ ଲୋକେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି । ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଟ୍ରକ୍ ଚାଳକକୁ କାବୁ କରି ମତୋ ଫାଣ୍ଡି ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ଷଣ୍ଢ ପଲଙ୍କ ଉପରେ ଗାଡି ଚଢାଇ ହତ୍ୟା କଲା ମଦ୍ୟପ ଡ୍ରାଇଭର - bull dead due to drunken truck driver in bhadrak
ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଜଣେ ଟ୍ରକ ଡ୍ରାଇଭର ଏକାଧିକ ଷଣ୍ଢଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ
ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଇ ଷଣ୍ଢଙ୍କୁ ହତ୍ୟା, ଚାଳକକୁ କାବୁ କଲେ ସ୍ଥାନୀୟ ଲୋକେ
ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଇ ଷଣ୍ଢଙ୍କୁ ହତ୍ୟା
ଟ୍ରକ ଚାଳକ ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା କରଞ୍ଜମାଳ ପଞ୍ଚାୟତର ଅରୁଣ କୁମାର ମଣ୍ଡଳ ବୋଲି ଜଣାଯାଇଛି । ଧାମରାରୁ ଗହମ ବୋଝେଇ କରି ଏହି ୧୦ ଚକିଆ ଟ୍ରକଟି କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲା । ଏହି ସମୟରେ କମାରିଆରୁ ସନ୍ଥପୁରା ମଧ୍ୟରେ ରାସ୍ତାରେ ଥିବା ଅନେକ ଷଣ୍ଢଙ୍କୁ ଧକ୍କା ଦେଇଥିଲା । ସୌଭାଗ୍ୟ ବଶତଃ ଏଥିରେ କୌଣସି ଜନସାଧାରଣଙ୍କ କ୍ଷୟକ୍ଷତି ହୋଇନାହିଁ । ଅଭିଯୁକ୍ତ ଗାଡ଼ି ଚାଳକ ଜଣକ ପୋଲିସ ନିକଟରେ ଭୁଲ୍ ସ୍ବୀକାର କରିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ମିଳିନାହିଁ ।
ଇଟିଭି ଭାରତ, ଭଦ୍ରକ