ଓଡିଶା

odisha

ETV Bharat / state

BSF Jawan Died In Road Mishap: ଛୁଟିରେ ଆସିଥିଲେ, ଦୁର୍ଘଟଣାରେ ଆଖିବୁଜିଲେ BSF ଯବାନ - ଚାନ୍ଦବାଲି ଯବାନଙ୍କ କାର ଦୁର୍ଘଟଣାରେ ମୃତ୍ୟୁ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ପଞ୍ଚାୟତ ନାଲଗୁଣ୍ଡା ପଛପଡା ସାହିରୁ ଆସିଛି ଏକ ଦୁଃଖଦ ଖବର । BSFରେ ଦୁଇ ବର୍ଷ ତଳେ ଯୋଗ ଦେଇଥିବା ଗାଁର ବାଇଧର ବାରିକଙ୍କ ପୁଅ ଶିବାଜୀ ବାରିକଙ୍କ ଗାଡି ଦୁର୍ଘଟଣାରେ ଦେହାନ୍ତ ଘଟିଛି । ଅଧିକ ପଢନ୍ତୁ

ଛୁଟିରେ ଆସିଥିବା BSF ଯବାନଙ୍କ ଦୁର୍ଘଟଣାରେ ମୃତ୍ୟୁ
ଛୁଟିରେ ଆସିଥିବା BSF ଯବାନଙ୍କ ଦୁର୍ଘଟଣାରେ ମୃତ୍ୟୁ

By

Published : Dec 16, 2021, 5:44 PM IST

ଭଦ୍ରକ: ମର୍ମନ୍ତୁଦ ଦୁର୍ଘଟଣାରେ ବିଏସଏଫ ଯବାନଙ୍କ ମୃତ୍ୟୁ । ଛୁଟିରେ ଆସି ସ୍ଥାନୀୟ ବଜାରକୁ ଯାଇଥିଲେ । ସେଠାରୁ ଚାଲିଚାଲି ଫେରୁଥିବା ବେଳେ ଘଟିଲା ଅଘଟଣ । ଏଭଳି ଦୁଃଖଦ ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ପଞ୍ଚାୟତ ନାଲଗୁଣ୍ଡା ପଛପଡା ସାହିରୁ ।

ଛୁଟିରେ ଆସିଥିବା BSF ଯବାନଙ୍କ ଦୁର୍ଘଟଣାରେ ମୃତ୍ୟୁ

ମୃତକ ହେଉଛନ୍ତି ସେହି ଗାଁର ବାଇଧର ବାରିକଙ୍କ ପୁଅ ଶିବାଜୀ ବାରିକ । ବୟସ ମାତ୍ର 27 ବର୍ଷ । ଗତ 2 ବର୍ଷ ତଳେ ବିଏସଏଫରେ ଯବାନ ଭାବେ ଯୋଗଦେଇ ଦେଶ ମାତୃକାର ସେବା କରୁଥିଲେ ଏବଂ କିଛିଦିନ ତଳେ ଘରକୁ ଆସିଥିଲେ । ଆଜି (ଗୁରୁବାର) ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ରାସ୍ତାରେ ସେ ଚାଲିଚାଲି ଖେରଙ୍ଗ ଆସି ନାଲଗୁଣ୍ଡା ଫେରୁଥିବା ବେଳେ, ପଛପଟୁ ଏକ କାର ଧକ୍କା ଦେଇଥିଲା । ପରେ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ପୋଲିସ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ ଶିବାଜୀ । ଶିବାଜୀଙ୍କ ମୃତ୍ଯୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ରାସ୍ତା ପାର୍ଶ୍ବରେ ଗ୍ୟାସ ପାଇପଲାଇନ ବିଛାଯାଉଥିବା ଏବଂ ବିନା ସଂକେତରେ ପାଇପ ପଡିଥିବା ନେଇ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ଯରେ ତିବ୍ର ଅସନ୍ତେଷ ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details