ଭଦ୍ରକ: ବ୍ରାଉନସୁଗାର ଜବତ ହେବା ସହ ଜଣେ ଗିରଫ। ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ସେ ବ୍ରାଉନସୁଗାର କାରବାର କରୁଥିଲା । କୌଣସି ଏକ ସୂତ୍ରରୁ ସୂଚନା ପାଇ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ,କଟକର ଏକ ସ୍ବତନ୍ତ୍ର ଟିମ ଚଢାଉ କରିଥିଲା।
ଭଦ୍ରକରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ - special team of central excise , cuttack
ଭଦ୍ରକରେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଜଣେ ଗିରଫ କରାଯାଇଛି । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଚଢାଉ କରି ଏହି ଗିରଫ କରିଛି ।
ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ
ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ
ସୂଚନା ଅନୁଯାୟୀ ଭଦ୍ରକ ଲୁଣିଆ ମଙ୍ଗଳପୁର ଅଞ୍ଚଳର ଅରୁଣ ମଲ୍ଲିକ ଦୀର୍ଘ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ବ୍ରାଉନ ସୁଗାର କାରବାର କରିଆସୁଥିଲା। ଏହି ଚଢାଉ ସମୟରେ ଅସୁରାଳି ବଜାର ନିକଟରୁ ବ୍ରାଉନ ସୁଗାର ସହ ଅରୁଣକୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅରୁଣ ପାଖରେ 82 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ 8 ଲକ୍ଷ କୋଡିଏ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ