ଭଦ୍ରକ:ଟାଉନ ଥାନା ପୋଲିସକୁ ବଡ ସଫଳତା । ଜିଲ୍ଲାର ଡାହାଣୀ ଗଢିଆ ଛକ ନିକଟରୁ ଦୁଇଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ବାନ୍ଧିଲା ପୋଲିସ । ଏଥିସହ ସେମାନଙ୍କ ଠାରୁ୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ପୋଲିସ ଚେକିଂ କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ବିନା ହେଲମେଟରେ ସହର ଭିତରକୁ ଆସୁଥିଲେ । ଏହାକୁ ଦେଖି ପୋଲିସ ଏହି ଦୁଇଜଣକୁ ଅଟକାଇଥିଲେ ।
ସନ୍ଦେହ ହେବାରୁ, ପଚରାଉଚୁରା କରିବା ସହ ଚେକିଂ କରିବାରୁ ତାଙ୍କ ନିକଟରୁ ୫୦ଟି ବ୍ରାଉନ ସୁଗାର ପ୍ୟାକେଟ୍ ମିଳିଥିଲା । ସେହି ବ୍ରାଉନ ସୁଗାର ପ୍ୟାକେଟ୍ରେ ୨୦ ଗ୍ରାମ ଓଜନର ବ୍ରାଉନ ସୁଗାର ଥିବା ଜଣାପଡ଼ିଥିଲା । ପରେ ପୋଲିସ ଉଭୟଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଥିଲା ପୋଲିସ । ଉଭୟଙ୍କ ଠାରୁ ଦୁଇଟି ମୋବାଇଲ, ଗୋଟାଏ ମୋଟରସାଇକେଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।