ଓଡିଶା

odisha

ETV Bharat / state

ନଦୀର ପ୍ରଖର ସ୍ରୋତରେ ଭାସିଗଲା ବାଳକ

ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଗଲା ବାଳକ । ତେବେ ନଦୀର ପାଣି ଅଧିକ ଥିବାରୁ ବାଳକର ପତ୍ତା ମିଳି ପାରିନାହିଁ । ନିଖୋଜ ବାଳକ ଜଣକ ହେଲା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଇରିଆବାଙ୍କ ଗ୍ରାମର ରାହୁଲ ସେଠୀ । ଅଧିକ ପଢନ୍ତୁ

By

Published : Aug 19, 2022, 7:04 PM IST

ନଦୀର ପ୍ରଖର ସ୍ରୋତରେ ଭାସିଗଲା ବାଳକ
ନଦୀର ପ୍ରଖର ସ୍ରୋତରେ ଭାସିଗଲା ବାଳକ

ଭଦ୍ରକ: ନଦୀରେ ଭାସି ଗଲା 14 ବର୍ଷର ବାଳକ । ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ କୌଣସି କାରଣରୁ ଗୋଡ ଖସିଯାଇ ବାଳକଟି ନଦୀରେ ଭାସିଯାଇଛି । ନିଖୋଜ ବାଳକ ଜଣକ ହେଲା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଇରିଆବାଙ୍କ ଗ୍ରାମର ରାହୁଲ ସେଠୀ ।

ନଦୀର ପ୍ରଖର ସ୍ରୋତରେ ଭାସିଗଲା ବାଳକ

ରାହୁଲକୁ ନ ପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ । ସ୍ଥାନୀୟ ଲୋକେ ମିଶି ବାଳକକୁ ନଦୀରେ ଖୋଜିଥିଲେ । ଖୋଜି ନ ପାଇବାରୁ ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ହେଲେ ବାଳକର ଏପର୍ଯ୍ୟନ୍ତ ଖୋଜ ଖବର ମିଳି ପାରି ନାହିଁ । ନିଖୋଜ ନାବାଳକର ଘର ବେତାଳି ଗାଁ ହୋଇଥିବା ବେଳେ ମାମୁଁ ଘରେ ରହି ପାଠ ପଢୁଥିଲା । ତେବେ ଆଜି ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲା । ତେବେ ନଦୀର ପାଣି ଅଧିକ ଥିବାରୁ ବାଳକର ପତ୍ତା ମିଳି ପାରିନାହିଁ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details