ଓଡିଶା

odisha

ETV Bharat / state

ପୁଣି ଫେରିଲା Black Pulsar ଆତଙ୍କ, ଶିକ୍ଷୟତ୍ରୀଙ୍କଠୁ ଝାମ୍ପି ନେଲେ ସୁନା-ଟଙ୍କା - ଭଦ୍ରକରେ ରାଜରାସ୍ତାରେ ମାତିଲେ ଦୁର୍ବୃତ୍ତ

ପୁଣି କଳା ପଲସର ଆତଙ୍କ। ରାସ୍ତାରେ ଯାଉଥିବା ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରି ନଗଦ ଟଙ୍କା ଓ ସୁନା ହାର ଲୁଟି ନେଲେ ଲୁଟେରା । ସୁନା ଦେକାନରୁ ଫେରିବା ବାଟରେ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ ମହିଳା ଶିକ୍ଷୟିତ୍ରୀ। ଅଧିକ ପଢ଼ନ୍ତୁ

loot in bhadrak
ଭଦ୍ରକରେ ପୁଣି କଳା ପଲସର ଆତଙ୍କ,ମହିଳାଙ୍କଠାରୁ ଲୁଟିନେଲେ ସୁନା ଓ ଟଙ୍କା

By

Published : Jan 30, 2022, 7:40 AM IST

ଭଦ୍ରକ:ପୁଣି କଳା ପଲସର ଆତଙ୍କ । ରାସ୍ତାରେ ଯାଉଥିବା ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରି ନଗଦ ଟଙ୍କା ଓ ସୁନା ହାର ଲୁଟି ନେଲେ ଲୁଟେରା । ଏଭଳି ଘଟଣା ଘଟିଛି ଭଦ୍ରକ- ଚାନ୍ଦବାଲି ରାଜପଥ ବୁଡ଼ଙ୍ଗ ହଳଧରବିନ୍ଧା ନିକଟରେ । ସୁନା ଦେକାନରୁ ଫେରିବା ବାଟରେ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ ଶିକ୍ଷୟିତ୍ରୀ।

ଭଦ୍ରକରେ ପୁଣି କଳା ପଲସର ଆତଙ୍କ,ମହିଳାଙ୍କଠାରୁ ଲୁଟିନେଲେ ସୁନା ଓ ଟଙ୍କା

ଭଦ୍ରକ ବ୍ଲକ କେଶପୁର ଗାଁର କୃତିବାସ ଜେନାଙ୍କ ଧର୍ମପତ୍ନୀ ଭାର୍ଗଭି ଜେନା ତାଙ୍କ ପୁଅ ସହିତ ତିହିଡ଼ିରୁ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଘରକୁ ଫେରିବା ବେଳେ ଏକ କଳା ପଲସରରେ ଆସୁଥିବା 2 ଜଣ ଲୁଟେରାଙ୍କ ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କୁ ମାଡ଼ ଓ ଗୋଇଠା ମାରି ତାଙ୍କ ଭ୍ୟାନିଟି ବ୍ୟାଗକୁ ବଳପୂର୍ବକ ଛଡେଇ ନେଇଥିଲେ ଏବଂ ଘଟଣାସ୍ଥଳରୁ ଅତି କ୍ଷିପ୍ର ବେଗରେ ଫେରାର ହୋଇ ଯାଇଥିଲେ । ତିହିଡ଼ିର ଏକ ସୁନା ଦୋକାନରୁ 50 ହଜାର ଟଙ୍କାର ଏକ ସୁନା ହାର କିଣି ଘରକୁ ଫେରୁଥିଲେ ମହିଳା ଜଣକ ।

ଏଥିସହ ପାଖରେ ନଗଦ 40 ହଜାର ଟଙ୍କା ଧରି ଆସୁଥିବା ବେଳେ ଏପରି ଅଘଟଣ ହୋଇଥିବା ପ୍ରକାଶ କରିଛନ୍ତି । ଲୁଟେରାଙ୍କ ଶିକାର ହୋଇଥିବା ମହିଳା ଜଣକ ବାଇକରୁ ପଡ଼ି ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ତିହିଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ । ଉକ୍ତ ମହିଳା ଜଣକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଏହି ଘଟଣାର ଖବର ପାଇ ତିହିଡ଼ି ପୋଲିସ ଦୁର୍ବୃତ୍ତମାନଙ୍କ ପିଛା କରିଥିଲେ ମଧ୍ୟ ଏଯାଏ କୌଣସି ପତ୍ତା ମିଳିପାରି ନଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ପୋଲିସ ବିଭିନ୍ନ ଦିଗ ଉପରେ ତଦନ୍ତ ଚଳାଇଛି। ଲୁଟେରାଙ୍କ ଏଭଳି ଆତଙ୍କକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details