ଓଡିଶା

odisha

ETV Bharat / state

ସପ୍ତାହେ ପୂରିଲା ବିଜେପିର ମହାଦୁର୍ନୀତି ବିରୋଧୀ ଆନ୍ଦୋଳନ, ଚୁପ ବସିଛି ପ୍ରଶାସନ - protest against corruption

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତରେ ମହାଦୁର୍ନୀତି ବିରୋଧରେ ବିଜେପି ପକ୍ଷରୁ ଏକ ସପ୍ତାହ ଧରି ଅନଶନ ଓ ଗଣଧାରଣା ଦିଆଯାଇଛି । ତଥାପି ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବିଜେପିର ମହାଦୁର୍ନୀତି ବିରୋଧୀ ଆନ୍ଦୋଳନ
ବିଜେପିର ମହାଦୁର୍ନୀତି ବିରୋଧୀ ଆନ୍ଦୋଳନ

By

Published : Apr 2, 2021, 8:25 AM IST

ଭଦ୍ରକ: ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତି ବିରୋଧରେ ବିଜେପି ପକ୍ଷରୁ ଅନଶନ ଓ ଗଣଧାରଣା ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତରେ ମହାଦୁର୍ନୀତି ବିରୋଧରେ ବିଜେପି ପକ୍ଷରୁ ଏକ ସପ୍ତାହ ଧରି ଅନଶନ ଓ ଗଣଧାରଣା ଦିଆଯାଇଛି ।

ବିଜେପିର ମହାଦୁର୍ନୀତି ବିରୋଧୀ ଆନ୍ଦୋଳନ

ଖବର ଅନୁଯାୟୀ, ବିଭିନ୍ନ ପ୍ରକଳ୍ପରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଏବଂ ସିଏଫସି ଓ ଏସଏଫସି ପାଣ୍ଠିର ଅନାବଶ୍ୟକ ବ୍ୟବହାର ଆଦି ଅଭିଯୋଗ କରିଛି ବିଜେପି । ସୂଚନା ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ଏହି ମହାଦୁର୍ନୀତି ଚିଠାର ଖୁଲାସା କରିଛି।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବିହିତ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ଏବଂ ଆଗାମୀ ଦିନରେ ଏହା ଆହୁରି ତୀବ୍ର ହେବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଏପରିକି ବ୍ଲକ କାର୍ଯ୍ୟାଳୟ ଘେରାଓ କରିବ ବୋଲି ବିଜେପି ଚେତାବନୀ ଦେଇଛି । ସପ୍ତାହେ ବ୍ୟାପି ଜାରି ରହିଥିବା ଏହି ଆନ୍ଦୋଳନରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଜିଲ୍ଲା ନେତ୍ରୀ ସୁମିତ୍ରା ପାଣି, ତପସ୍ବନୀ ମହାପାତ୍ର, ମାଳତୀ ସାହୁ ପ୍ରମୁଖ ସାମିଲ ହୋଇ ପ୍ରଶାସନ ବିରୋଧରେ ବର୍ଷିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details