ଓଡିଶା

odisha

ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ବିଜେଡି କର୍ମୀ, ୪ ଆହତ

By

Published : Feb 14, 2023, 11:23 AM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ବିଜେଡି କର୍ମୀ । ୪ ବିଜେପି କର୍ମୀ ଆହତ । ଅଧିକ ପଢନ୍ତୁ

bjp workers are seriously injured
bjp workers are seriously injured

ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ବିଜେଡି କର୍ମୀ

ଭଦ୍ରକ:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଦଳ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଶାସକ ଦଳ କର୍ମୀଙ୍କ ଆକ୍ରମଣରେ 4 ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳରେ । ଆକ୍ରମଣ କାରୀଙ୍କ ବିରୋଧରେ ତୁରନ୍ତ ଦୃଢ ପଦକ୍ଷେପ ନେବାକୁ ଦାବି କଲା ବିଜେପି।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଉତକୁଡା ଗ୍ରାମ ପଞ୍ଚାୟତ ଅଧିନ ବୁଡୁଜାଲ ଗାଁରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବିଜେଡି ଏବଂ ବିଜେପି ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଫଳରେ 4 ଜଣ ବିଜେପି କର୍ମୀ ଗୁରୁତ୍ୱର ଭାବେ ଆହତ ହୋଇଥିଲେ । ଶାସକ ବିଜେଡି ଦଳର 10 ଜଣ କର୍ମୀ ସଂଘବଦ୍ଧ ଭାବେ ବିଜେପିର 4 ଜଣ କର୍ମୀଙ୍କୁ ଲୁହା ରଡ଼ ଓ ଲୁହା ପାଇପ ସାହାଯ୍ୟରେ ଅତିର୍କିତ ଭାବେ ଆକ୍ରମଣ କରିଥିବା ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତ୍ୱରମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜଣଙ୍କ ଅବସ୍ତା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ଅନ୍ୟ 3 ଜଣଙ୍କୁ ଚାନ୍ଦବାଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆକ୍ରମଣକାରୀଙ୍କ ବିରୋଧରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଦାବି କରିଛି ବିଜେପି । ବିଗତ କିଛି ବର୍ଷ ହେଲା ବୁଡୁଜାଲ ଗ୍ରାମରେ ରାଜନୈତିକ ଗଣ୍ଡଗୋଳ ସହିତ ବିଭିନ୍ନ ହିଂସାକାଣ୍ଡ ଘଟଣା ଜାରି ରହିଛି । ଯାହାକୁ କେନ୍ଦ୍ର କରି ବାରମ୍ବାର ମାଲି ମୋକଦ୍ଦମା ମଧ୍ୟ ଲାଗି ରହିଛି । ଏପରିକି ଏହି ଗାଁରେ ରାଜନୈତିକ ହିଂସାକାଣ୍ଡ ଯୋଗୁଁ ବିଭିନ୍ନ ସମୟରେ ଗ୍ରାମଟି ପୁରୁଷ ଶୂନ୍ୟ ହୋଇଥିବାର ରେକର୍ଡ ସୃଷ୍ଟି କରିଛି । ତଥାପି ଏହିପରି ଆରୋପ ଓ ପ୍ରତ୍ୟାରୋପ ଥମିବାର ନାଁ ଧରୁନାହିଁ ବରଂ ଦିନକୁ ଦିନ ବଢିବାରେ ଲାଗିଛି । ଆହତ ବିଜେପି କର୍ମୀଙ୍କ ପରିଚୟ ମିଳି ପାରି ନାହିଁ । ଏନେଇ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details