ଓଡିଶା

odisha

ETV Bharat / state

ମମିତା ହତ୍ୟାକାଣ୍ଡ: ତିହିଡ଼ି ପ୍ରତିବାଦ ସଭାରେ BJD ଉପରେ ବର୍ଷିଲା BJP

ଜୁନାଗଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଯୋଗଦାନ କରିବା ପରେ ବିଜେପିର ସ୍ୱର ଶାଣିତ ହୋଇଛି । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଜ୍ୟ ସରକାର ଖସେଇ ଦେବାକୁ ଭୟପୁର ଉଦ୍ୟମ ଜାରି ରଖିଥିବା ବିଜେପି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ...

By

Published : Nov 9, 2021, 10:25 PM IST

Justice For Mamita: ତିହିଡ଼ି ପ୍ରତିବାଦ ସଭାରେ ଶାସକ ଦଳ ଉପରେ ବର୍ଷିଲା ବିଜେପି
Justice For Mamita: ତିହିଡ଼ି ପ୍ରତିବାଦ ସଭାରେ ଶାସକ ଦଳ ଉପରେ ବର୍ଷିଲା ବିଜେପି

ପୁରୀ: ଜୁନାଗଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଯୋଗଦାନ କରିବା ପରେ ବିଜେପିର ସ୍ୱର ଶାଣିତ ହୋଇଛି । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଜ୍ୟ ସରକାର ଖସେଇ ଦେବାକୁ ଭୟପୁର ଉଦ୍ୟମ ଜାରି ରଖିଥିବା ବିଜେପି ଆଭିଯୋଗ କରିଛି । କଳା ପତାକା ପ୍ରଦର୍ଶନ ସହିତ ଅଣ୍ଡାମାଡ଼ ମଧ୍ୟ ସରକାରଙ୍କୁ କାଟୁ କରୁନାହିଁ । ତେଣୁ ଆଗାମୀ ନିର୍ବାଚନରେ ଲୋକେ ବିଜେଡିକୁ ପ୍ରତ୍ୟାଖାନ କରିବା ସହିତ ବିଜେପିକୁ ଶାସନ ଦାୟିତ୍ୱ ଦେଲେ ଏଭଳି ଘଟଣାରୁ ଲୋକେ ମୁକ୍ତି ପାଇ ପାରନ୍ତେ । ମମିତା ହତ୍ୟାକାଣ୍ଡକୁ ନେଇ ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ବିଜେପି ନେତାମାନେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

Justice For Mamita: ତିହିଡ଼ି ପ୍ରତିବାଦ ସଭାରେ ଶାସକ ଦଳ ଉପରେ ବର୍ଷିଲା ବିଜେପି

ପ୍ରତିବାଦ ଜରିଆରେ ଜନତାଙ୍କୁ ବିଜେଡି ସରକାରର ପତନ କରାଇବା ପାଇଁ ଅପିଲ କରିଛି ବିଜେପି । ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ତାତି ଥମ୍ମିବାରେ ନାଁ ଧରୁନି । ବିଗତ କିଛି ଦିନ ହେଲା ବିଜେପି ସହିତ ଅନ୍ୟ ପ୍ରମୁଖ ରାଜନୈତିକ ଦଳ ମଧ୍ୟ ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି କ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଉଛି । ବିଜେପି ଶାସନ କ୍ଷମତାକୁ ଆସିଲେ ମହିଳାମାନେ ସୁରକ୍ଷିତ ରହିବା ସହିତ ଓଡ଼ିଶାରେ ଏକ ସ୍ୱଚ୍ଛ ଶାସନ ଗଢି ଉଠିବ ବୋଲି ତିହିଡି ଠାରେ ଆୟୋଜିତ ପ୍ରତିବାଦ ସଭାରେ କହିଛି ବିଜେପି ।

ଏହି କାର୍ଯ୍ୟକ୍ରମରେ ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ । ଏନେଇ ବିଜେପି ପକ୍ଷରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି ରାଜ୍ୟ ସରକାର ବିରୋଧି ନାରା ଦେଇ ବଜାର ପରିକ୍ରମା କରିଥିଲା । ଏହାପରେ ପ୍ରତିବାଦ ସଭାରେ ଦଳର ଛାମୁଆ ନେତା ଓ କର୍ମୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ। ଏଥିସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details