ଓଡିଶା

odisha

ଶୁଣୁନି ପ୍ରଶାସନ, ରାସ୍ତାର ଦୂରାବସ୍ଥା ନେଇ ବିଜେପିର ରାସ୍ତା ରୋକ

By

Published : Jul 15, 2020, 6:48 PM IST

ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତା ଅର୍ଣ୍ଣପାଳ ବଜାର ଠାରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଖବର ଅନୁଯାୟୀ ଅର୍ଣ୍ଣପାଳ ବଜାର ଠାରୁ ରାଜୁଆଳିବିନ୍ଧା ଆରଡ଼ି ରାସ୍ତାଟି ଦୀର୍ଘଦିନ ହେବ ଦୁରବସ୍ଥା ହୋଇପଡିଛି। ଏହାର ପ୍ରତିବାଦରେ ରାସ୍ତାରୋକ କରାଯାଇଛି । ଅଧିକ ପଢନ୍ତୁ..

ଶୁଣୁନି ପ୍ରଶାସନ, ରାସ୍ତାର ଦୂରାବସ୍ଥା ନେଇ ବିଜେପିର ରାସ୍ତା ରୋକ
ଶୁଣୁନି ପ୍ରଶାସନ, ରାସ୍ତାର ଦୂରାବସ୍ଥା ନେଇ ବିଜେପିର ରାସ୍ତା ରୋକ

ଭଦ୍ରକ: ରାସ୍ତାର ଦୂରାବସ୍ଥା ନେଇ ରାସ୍ତା ରୋକ। ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତା ଅର୍ଣ୍ଣପାଳ ବଜାର ଠାରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଖବର ଅନୁଯାୟୀ ଅର୍ଣ୍ଣପାଳ ବଜାର ଠାରୁ ରାଜୁଆଳିବିନ୍ଧା ଆର.ଡ଼ି ରାସ୍ତାଟି ଦୀର୍ଘଦିନ ହେବ ଦୁରବସ୍ଥା ହୋଇପଡିଛି। ତେଣୁ ଯାତାୟାତ କରୁଥିବା ଲୋକେ ବାରମ୍ବାର ଦୁର୍ଘଟଣା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାର ମରାମତି ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଆରଡ଼ି ଡିପାର୍ଟମେଣ୍ଟ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଶୁଣୁ ନଥିବାର ଅଭିଯୋଗ କରିଛି ବିଜେପି ।

ଶୁଣୁନି ପ୍ରଶାସନ, ରାସ୍ତାର ଦୂରାବସ୍ଥା ନେଇ ବିଜେପିର ରାସ୍ତା ରୋକ

ଯାହା ଫଳରେ ଆଜି ବିଜେପି ପକ୍ଷରୁ କୋଭିଡ ନିୟମ ପାଳନ କରି ରାସ୍ତା ଅବରୋଧ କରାଯାଇଥିଲା। ଯେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନଶୁଣିଛନ୍ତି ଏହି ରାସ୍ତାରେ ଅବରୋଧ କରିବେ ବୋଲି ଦଳ ପକ୍ଷରୁ ଚେତାବନି ଦିଆଯାଇଥିଲା। ଏନେଇ ଖବର ପାଇ ବିଭାଗୀୟ ଅଧିକାରୀ ପହଞ୍ଚି, 7 ଦିନ ମଧ୍ୟରେ ଦାବୀ ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details