ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି; ବିଜେପିର ବ୍ଲକ ଅଫିସ ଘେରାଉ - protest

ପକ୍କା ଘର ନଥିବା ହିତାଧୀକାରୀଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି

By

Published : Jul 9, 2021, 8:22 AM IST

ଭଦ୍ରକ:ପ୍ରକୃତ ହିତାଧିକାରୀ ପାଉ ନାହାନ୍ତି ଘର । ପକ୍କା ଘର ନଥିବା ହିତାଧୀକାରୀଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି

ଗରିବଙ୍କ ପାଇଁ କେନ୍ଦ୍ର ସରକାର 26 ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଦେଇଛନ୍ତି । ହେଲେ ତାହା ବାଟ ମାରଣା ହୋଇଛି । ପ୍ରକୃତ ହିତାଧିକାରୀଙ୍କ ବଦଳରେ ଦଳୀୟ ଭିତ୍ତିରେ ଚାନ୍ଦବାଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ଅନ୍ୟ ଲୋକଙ୍କୁ ଏହି ଯୋଜନାରେ ଘର ଦିଆଯାଉଛି । ଫଳରେ ପ୍ରକୃତ ହକଦାର ଏଥିରୁ ବଞ୍ଚିତ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରି ପଞ୍ଚାୟତର ନେତା ହଜାର ହଜାର ଟଙ୍କା ଚଳୁ କରୁଥିବା ଅଭିଯୋଗ କରିଛି ବିଜେପି । ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ସହିତ ଗରିବଙ୍କୁ ଲୁଟୁ ଥିବା ନେତା ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

ଏ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଚାନ୍ଦବାଲି ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବିଜେପି । ସମସ୍ୟାର ସମାଧାନ ନ ହେଲେ ଆଗକୁ ପ୍ରତି ଗ୍ରାମାଞ୍ଚଳଠାରୁ ନେଇ ସବୁ ସ୍ଥାନରେ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କହିଛନ୍ତି ଜିଲ୍ଲା ବିଜେପି ଉପସଭାପତି କମଳାକାନ୍ତ ସୁତାର ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details