ଓଡିଶା

odisha

ETV Bharat / state

PM Awas Yojana scam: ଆବାସ ଯୋଜନାରେ ଅନିୟମିତତା, ବ୍ଲକ ଅଫିସ ଘେରିଲା ବିଜେପି - ବ୍ଲକ ଅଫିସ ଘେରାଉ କଲା ବିଜେପି

ଭଣ୍ଡାରିପୋଖରୀ ବ୍ଲକର 23ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା । ଭଣ୍ଡାରିପୋଖରୀ ବ୍ଲକ ଅଫିସ ଘେରିଲା ବିଜେପି । ଅଧିକ ପଢନ୍ତୁ

bjp protest in front of bhandaripokhari block
bjp protest in front of bhandaripokhari block

By

Published : Feb 5, 2023, 1:21 PM IST

bjp protest in front of bhandaripokhari block

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ଆସିଥିବା ବେଳେ ଯୋଗ୍ୟ ହିତାଧିକାରୀ ପଡୁଛନ୍ତି ବାଦ । ଯାହାକୁ ନେଇ ଭଣ୍ଡାରୀପୋଖରୀ ମଣ୍ଡଳ ବିଜେପି ଦଳ ପକ୍ଷରୁ ବ୍ଲକ ଘେରାଉ କରାଯାଇଥିବା ଜଣାପଡିଛି । ବ୍ଲକର 23ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବାରୁ ବିଜେପି ଏହାର ପ୍ରତିବାଦ କରିଛି ।

ଶନିବାର ଭଣ୍ଡାରୀପୋଖରୀ ବିଜେପି କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ପରେ ସେଠାରେ ଏକ ପ୍ରତିବାଦ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ବିଜେପି କର୍ମୀ । ଏହି ପ୍ରତିବାଦରେ ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଭିମୁଖ୍ୟ ସେଠି, ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ନେତା ବଦ୍ରି ନାରାୟଣ ଧଳ ଏବଂ ହାଜର ହଜାର ଦଳୀୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

ତେବେ ଆୟୋଜିତ ସଭା କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ରାଜ୍ୟ ସରକାର ଅନିୟମିତତା କରିଛନ୍ତି ସେନେଇ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଙ୍କଉପରେ ବର୍ଷୀ ଥିଲେ ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ବଦ୍ରି ନାରାୟଣ ଧଳ ଏବଂ ଆଭିମୁଖ୍ୟ ସେଠି । ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ମାନେ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ମାନେ ଲିଷ୍ଟରେ କିପରି ସାମିଲ ହେଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି କର୍ମୀ ।

ଯୋଗ୍ୟ ହିତାଧିକାରୀ ମାନେ ଆବାସ ଯୋଜନାରୁ ବାଦ ପଡିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରେ ପ୍ରତିବାଦରେ ବିଜେପି ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକ ଅଫିସ ଘେରାଉ କରାଯାଇଥିଲା । ଭଣ୍ଡାରୀପୋଖରୀ ବ୍ଲକରେ ବିଭିନ୍ନ ପଞ୍ଚାୟତର ଶତାଧିକ ଯୋଗ୍ୟ ଗରିବ ହିତାଧିକାରୀ ମାନେ ପ୍ରତିବାଦରେ ସାମିଲ ହୋଇଥିଲେ । ଏହି ପରିପକ୍ଷେ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବିଜେପି ପକ୍ଷରୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ବା ଯୋଗ୍ୟ ହିତାଧିକାରୀଙ୍କୁ ଯଥା ଶୀଘ୍ର ସାମିଲ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ଯୋଗ୍ୟତା ହିତାଧିକାରୀଙ୍କୁ ଯଦି ଆବାସ ଯୋଜନାରେ ସାମିଲ କରାନଯାଏ ତେବେ ଆଗରୁ ଆନ୍ଦୋଳନକୁ ତୀବ୍ର କରାଯିବା ନେଇ ଚେତାବନୀ ଦେଇଛନ୍ତି ବିଜେପି ନେତୃବୃନ୍ଦ ଏବଂ କର୍ମୀ ମାନେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details