ଭଦ୍ରକ: ବିଭିନ୍ନ ମୌଳିକ ସମସ୍ୟାର ତୁରନ୍ତ ସମାଧାନ ଦାବି ନେଇ ଚାନ୍ଦବାଲି ବିଜେପି ପକ୍ଷରୁ ପ୍ରତିବାଦ। ଏନେଇ ଦଳ ପକ୍ଷରୁ ଚାନ୍ଦବାଲି ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ବିଜେପି - ବିଜେପି ବିକ୍ଷୋଭ ପ୍ରଦର୍ଶନ
ବିଭିନ୍ନ ମୌଳିକ ସମସ୍ୟାର ତୁରନ୍ତ ସମାଧାନ ଦାବି ନେଇ ଚାନ୍ଦବାଲି ବିଜେପି ପକ୍ଷରୁ ପ୍ରତିବାଦ।
ବିଭିନ୍ନ ଦାବୀ ନେଇ ବିଜେପି ପକ୍ଷରୁ ପ୍ରତିବାଦ
ଏହି ବିକ୍ଷୋଭରେ ମୁଖ୍ୟତଃ ଚାନ୍ଦବାଲି ଏନଏସିରେ ଡ୍ରେନେଜର ସୁବ୍ୟବସ୍ଥା, 45 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସହରର ମୁଖ୍ୟ ରାସ୍ତା ମାତ୍ର ଗୋଟିଏ ମାସରେ ନଷ୍ଟ ହୋଇଥିବା ବେଳେ ଏହାର ତୁରନ୍ତ ମରାମତି କରିବା, ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଆଦି ଦାବି କରିଛି ଦଳ। ଏନେଇ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା 15 ସୁଦ୍ଧା ଏହି ଦାବି ପୂରଣ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ