ଭଦ୍ରକ: ଉଗ୍ରରୂପ ନେଉଛି ସ୍ୱଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ପାଇଖାନା ମହାଦୁର୍ନୀତି ବିରୋଧରେ ମାରାଥନ ପ୍ରତିବାଦ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଏଭଳି ଏକ ଅଭିଯୋଗ ଏବେ ମୁଣ୍ଡ ଟେକିବାରେ ଲାଗିଛି । ଗତ ଅକ୍ଟୋବର ୪ ତାରିଖରେ ଏହାକୁ ନେଇ ବିଜେପି ନେତୃତ୍ବରେ ହିତାଧିକାରମାନେ ଗଣଧାରଣା ଦେଇଥିଲେ । ଏହାର ତଦନ୍ତ କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରତଶ୍ରୁତି ମିଳିଥିଲା । ତେବେ ପ୍ରଶାସନ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହି ଯାଇଛି । ଯାହାଫଳରେ ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱଚ୍ଛ ଭାରତ ମିଶନରେ ଲାଭ ମିଳି ପାରିନଥିବା ବିଜେପି ଅଭିଯୋଗ କରିଛି ।
ବର୍ତ୍ତମାନ ପ୍ରତିଶ୍ରୁତି ପାଳନ କରାଯାଇ ନଥିବାରୁ ଅନଶନ ସହ ରାଜପଥ ଅବରୋଧ କରିବାକୁ ଧମକ ଦେଇଛନ୍ତି ବିଜେପି କର୍ମୀ । ଦୁର୍ନୀତିରେ ଜଡ଼ିତ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ସ୍ୱଚ୍ଛ ଭାରତ ମିଶନରେ ଏହି ପଞ୍ଚାୟତର ପାଇଖାନା ନିର୍ମାଣରେ ପ୍ରାୟ 6 କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି ।