ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ ବିଜେପିର ବିକ୍ଷୋଭ ପ୍ରଦର୍ଶନ - ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଜେପିର ବିକ୍ଷୋଭ

ଭଦ୍ରକରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପି ଆନ୍ଦୋଳନ । ଅଧିକ ପଢନ୍ତୁ

ଭଦ୍ରକରେ ବିପର୍ଯ୍ଯସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି
ଭଦ୍ରକରେ ବିପର୍ଯ୍ଯସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି

By

Published : Feb 16, 2023, 7:34 AM IST

ଭଦ୍ରକରେ ବିପର୍ଯ୍ଯସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି

ଭଦ୍ରକ: ଓଡିଶାରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି । ଗୃହ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ଦାବି କରିଛନ୍ତି । ଏନେଇ ଗତକାଲି ବିଜେପି ପକ୍ଷରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା ଭଦ୍ରକ ସହର ଠାରେ ଅବସ୍ଥିତ ଐତିହାସିକ ଗାନ୍ଧୀ ପଡିଆ ଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା ।

ବିଗତ କିଛି ଦିନ ହେବ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି ବୋଲି ବରିଷ୍ଠ ବିଜେପି ନେତାମାନେ ମତପ୍ରକାଶ କରିଥିଲେ । ଯାହାକି ପ୍ରତିଦିନ ରାଜ୍ୟରେ ନଅଟି ଦୁଷ୍କର୍ମ ମାମଲା ରୁଜୁ ହେଉଥିବା ନେଇ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଅଭିଯୋଗ କରିଛନ୍ତି ।

ଶେଷରେ ରାଜ୍ୟ ସରକାରଙ୍କ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଯେପରି ଭାବେ ଗୁଳି କରି ହତ୍ୟା କରାଗଲା ତାହା ଶାସକ ଦଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ମାହାଙ୍ଗା ଡବଲ ମର୍ଡର ଠାରୁ ଆରମ୍ଭ କରି ବିଭିନ୍ନ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ମଧ୍ୟ, ଏନେଇ ରାଜ୍ୟ ପୋଲିସର କାର୍ଯ୍ୟନୁଷ୍ଠାନ ଗ୍ରହଣ ଆଦୌ ସନ୍ତୋଷ ଜନକ ନୁହେଁ ବରଂ ସନ୍ଦେହ ଜନକ ବୋଲି ଅଭିଯୋଗ କରିଛି ବିଜେପି ।

ଏଥି ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେବା ସହ ରାଜ୍ୟର ଏକ ବରିଷ୍ଠ ମନ୍ତ୍ରୀଙ୍କୁ ପୋଲିସ ହତ୍ୟା କରିବା ଘଟଣାକୁ ନିନ୍ଦା କରିଛି ବିଜେପି । ଏହାସହ CBI ତଦନ୍ତ କରିବା ଲାଗି ଦାବି କରିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ବଢୁଥିବା ବିଜେପି ଅଭିଯୋଗ କରିଛି । ବିଜେଡ଼ି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ତେଣୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦାବିରେ ଗଣ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହା କରିଛି ବିଜେପି ଦଳ ।

ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବିଜେପି ଦଳ ପକ୍ଷରୁ ଏହି ଗଣ ବିକ୍ଷୋଭରେ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ବିଜେପି ଦଳର ବରିଷ୍ଠ ନେତା ମନମୋହନ ସାମଲ, ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ନେତା ଡାକ୍ତର ପ୍ରଦୀପ କୁମାର ନାୟକ, ମହିଳା ମୋର୍ଚ୍ଚାର ସଭାନେତ୍ରୀ କଳ୍ପନା ଜେନାଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଓ ନେତା ମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details