ଓଡିଶା

odisha

ETV Bharat / state

ଉତ୍କଟ ହେଲାଣି ଚାଷୀଙ୍କ ସମସ୍ୟା, ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି - ଚାଷୀଙ୍କ ସମସ୍ୟା,

ଜିଲ୍ଲାରେ ଦିନକୁ ଦିନ ଚାଷୀଙ୍କ ବହୁବିଧ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ଉତ୍କଟ ହେଲାଣି ଚାଷୀଙ୍କ ସମସ୍ୟା, ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି
ଉତ୍କଟ ହେଲାଣି ଚାଷୀଙ୍କ ସମସ୍ୟା, ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି

By

Published : Feb 28, 2021, 5:19 PM IST

ଭଦ୍ରକ: ଜିଲ୍ଲାରେ ଦିନକୁ ଦିନ ଚାଷୀଙ୍କ ବହୁବିଧ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ ହୋଇଛି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଳିତ ବର୍ଷ 23 ଲକ୍ଷ 23 ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଜିଲ୍ଲାର 25000 ଚାଷୀ ସେମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରି ପାରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଛି ବିଜେପି।

ଉତ୍କଟ ହେଲାଣି ଚାଷୀଙ୍କ ସମସ୍ୟା, ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି

ଏଥିସହ ଜିଲ୍ଲାର 2300 ପ୍ରକୃତ ଚାଷୀ ନାମ ପଞ୍ଜୀକରଣରୁ ବାଦ ପଡିଛନ୍ତି ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ନାମ ପଞ୍ଜୀକରଣ କରିଥିବା ଚାଷୀ ଟୋକନ ପାଇବାର ଅବଧି ଶେଷ ହେଇଯିବା ପରେ ମଧ୍ୟ ଧାନ ବିକ୍ରି କରି ନପାରୁ ନାହାଁନ୍ତି । ଶେଷରେ ଆତ୍ମହତ୍ୟା ପରି ପନ୍ଥା ଅବଲମ୍ବନ କରୁଛି ବୋଲି ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ।

ତେବେ ଯଥାଶୀଘ୍ର ଚାଷୀଙ୍କ ଏହି ସମସ୍ୟା ସମାଧାନ ନେଇ ଜିଲ୍ଲା ପ୍ରଶାସନ ତଥା ଯୋଗାଣ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରା ନଗଲେ ଶେଷରେ ବାଧ୍ୟ ହୋଇ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details