ଓଡିଶା

odisha

ETV Bharat / state

ଭଦ୍ରକରେ ବିଜେପିର ସାମ୍ବାଦିକ ସମ୍ମିଳନୀ, 3ଟି ସମସ୍ଯାକୁ ଗୁରୁତ୍ବ - ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ

ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ରାଜ୍ୟ ଓ ଜିଲ୍ଲାର ତିନି ଗୋଟି ସମସ୍ୟାକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅଧିକ ପଢନ୍ତୁ...

ବିଜେପି ଆରମ୍ଭ କରିବ ମଣ୍ଡି ଚାଲ ଅଭିଯାନ ଓ ପରୀ ପାଇଁ ନାୟ ପଦଯାତ୍ରା
ବିଜେପି ଆରମ୍ଭ କରିବ ମଣ୍ଡି ଚାଲ ଅଭିଯାନ ଓ ପରୀ ପାଇଁ ନାୟ ପଦଯାତ୍ରା

By

Published : Dec 19, 2020, 8:26 PM IST

ଭଦ୍ରକ: ରାଜ୍ୟ ଓ ଜିଲ୍ଲାର ତିନି ଗୋଟି ସମସ୍ୟାକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଓ ଜିଲ୍ଲାର 3ଟି ବିଷୟ ଉପସ୍ଥାପନ କରିଛି।

ବିଜେପି ଆରମ୍ଭ କରିବ ମଣ୍ଡି ଚାଲ ଅଭିଯାନ ଓ ପରୀ ପାଇଁ ନାୟ ପଦଯାତ୍ରା

ପ୍ରଥମ ମୁଦ୍ଦାରେ କୃଷକଙ୍କ ପାଇଁ 3 ଟି ବିଲ ସଂଶୋଧନ ପ୍ରସ୍ତାବ ଆଣିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ କୃଷକ ଲାଭବାନ ହେବେ ବୋଲି କହିଛି ବିଜେପି। କଂଗ୍ରେସ ଶାସନ ସମୟରେ ଧାନର ମୂଲ୍ୟ 1310 ଟଙ୍କା ଥିବାବେଳେ 1868 ଟଙ୍କା ବିଜେପି ଅମଳରେ ହୋଇଛି। କିନ୍ତୁ ଧାନର ସହାୟକ ମୂଲ୍ୟ, ମଣ୍ଡିରେ କାହିଁକି ପାଉନାହାଁନ୍ତି ଓଡିଶା ଚାଷୀ ବୋଲି ପ୍ରଶ୍ନ କରିଛି ବିଜେପି।

ଅନ୍ୟପଟେ ମିଲରଙ୍କ ପାଇଁ ଧାନର ରେଟ କମୁଛି ବୋଲି କହିଛି ଦଳ। ବିଜେପିର ଯୋଜନା କୃଷକଙ୍କ ପାଖରେ ପହଞ୍ଚି ସଚେତନ କରିବା । ସେଥିପାଇଁ ଆଗାମୀ 10 ଦିନ ମଧ୍ୟରେ ମଣ୍ଡି ଚାଲ ଅଭିଯାନ ବିଜେପି ଆରମ୍ଭ କରିବ। ଚାଷୀଙ୍କୁ ନେଇ କୃଷକ ପଞ୍ଚାୟତ କରିବ ଓ ଲିଫଲେଟ ମାଧ୍ୟମରେ ସଚେତନ କରିବ।

ସେହିଭଳି ଦ୍ଵିତୀୟ ବିଷୟ ରଖିଛି ପରୀ ପ୍ରସଙ୍ଗ । ଓଡିଶାରେ ଗତ 5 ବର୍ଷରେ 27 ହଜାର ଶିଶୁ ନିଖୋଜ ହୋଇଥିବା କହିଛି ବିଜେପି । ପ୍ରତ୍ୟକ ଦିନ 15 ଶିଶୁ ତସ୍କରି ଅଭିଯୋଗ ଆଣିଛି ଦଳ। ପରୀ କ୍ଷେତ୍ରରେ ଅଙ୍ଗ ତସ୍କରି ଆଶଙ୍କା କରୁଛି ବିଜେପି। ଶାସକ ଦଳ ଓ ଅରୁଣ ସାହୁଙ୍କ ଅଙ୍ଗ ତସ୍କରିରେ ହାତ ଅଛି ବୋଲି କହିଛି ବିଜେପି। ସିବିଆଇ ତଦନ୍ତ ହେଉ , ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ । ଏଥିପାଇଁ ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପରୀ ପାଇଁ ଯାତ୍ରା ଆୟୋଜନ କରିବ ବିଜେପି ।

ତୃତୀୟ ପ୍ରସଙ୍ଗରେ ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଦାବି କରିଛି । ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ 17 ଫେବୃଆରୀ 2020ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ହେଲେ ଏନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ମେଡିକାଲ କଲେଜ ନିର୍ମାଣ ପାଇଁ 60 ଶତକଡା ଟଙ୍କା କେନ୍ଦ୍ର ସରକାର ଦେବେ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details