ଓଡିଶା

odisha

ସଚିବ ନୁହେଁ ନିର୍ବାଚିତ ପ୍ରତିନିଧି ଲୋକଙ୍କ ସମସ୍ୟା ବୁଝନ୍ତୁ: ଅପରାଜିତା ଷଡଙ୍ଗୀ

By

Published : Jul 13, 2023, 11:39 AM IST

ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସଚିବ ନୁହେଁ ନିର୍ବାଚିତ ଜନପ୍ରତିନିଧିମାନେ ତଥା ରାଜ୍ଯ ସରକାର ଲୋକମାନଙ୍କ ସମସ୍ୟା ବୁଝିବା ସହ ଏହାର ଉତ୍ତରଦାୟିତ୍ଵ ନେବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ଅପରାଜିତା ଷଡଙ୍ଗୀଙ୍କ ଟାର୍ଗେଟ
ନିମ୍ନ ପଦସ୍ଥ ଅଧିକାରୀ ଶାସନ ବ୍ୟବସ୍ଥାକୁ ହାଇଜ୍ୟାକ କରିଛନ୍ତି

ନିମ୍ନ ପଦସ୍ଥ ଅଧିକାରୀ ଶାସନ ବ୍ୟବସ୍ଥାକୁ ହାଇଜ୍ୟାକ କରି

ଭଦ୍ରକ:ରାଜ୍ୟରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି । ଜଣେ ସଚିବ ସ୍ତରରର ନିମ୍ନ ପଦସ୍ଥ ଅଧିକାରୀ ଶାସନ ବ୍ୟବସ୍ଥାକୁ ହାଇଜ୍ୟାକ କରିଥିବା କହିଥିବା ସାଂସଦ ଅପରାଜିତ ଷଡଙ୍ଗୀ ପୁଣି ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ବର୍ଷିଛନ୍ତି । ସଚିବ ନୁହେଁ ନିର୍ବାଚିତ ଜନପ୍ରତିନିଧିମାନେ ତଥା ରାଜ୍ଯ ସରକାର ଲୋକମାନଙ୍କ ସମସ୍ୟା ବୁଝିବା ସହ ଏହାର ଉତ୍ତରଦାୟିତ୍ଵ ନେବା ଆବଶ୍ୟକ ବୋଲି କହିଛନ୍ତି ବିଜେପି ବରିଷ୍ଠ ନେତ୍ରୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଏହା ବି ପଢନ୍ତୁ...ମିଶନ ଶକ୍ତି: ଅପରାଜିତାଙ୍କୁ ପ୍ରମିଳାଙ୍କ ଜବାବ, କହିଲେ ସେ ଥିଲାବେଳେ ହଉଥିଲା ଆଉ ଏବେ ହଉନି ?

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଠାରେ ବିଜେପି ପକ୍ଷରୁ ମହା ଜନସମ୍ପର୍କ ଅଭିଯାନରେ ଯୋଗ ଦେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ''ଓଡିଶାବାସୀଙ୍କର ଅପମାନ କରାଯାଉଛି । ତାଙ୍କର ବିଶ୍ବାସକୁ ତଳେ ପକାଇ ଦିଆଯାଇଛି । ବିଜୁ ଜନତା ଦଳ ସଂଗଠନରେ ଜଣେ ସଚିବ ରାଜ୍ୟ ଶାସନ ବ୍ୟବସ୍ଥାକୁ ଚଞ୍ଚକତା ସହିତ ହାଇଜ୍ୟାକ କରିଛନ୍ତି । ରାଜ୍ୟରେ ଜଣେ ସଚିବ ସ୍ତରର ନିମ୍ନ ପଦସ୍ଥ ଅଧିକାରୀ ଶାସନ ବ୍ୟବସ୍ଥାକୁ ହାତକୁ ନେଇ ଯାଇଛନ୍ତି । ଆମକୁ ଏମିତିକା ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନ ଦରକାର ଯେଉଁମାନେ ଲୋକଙ୍କ ସହ ହାତମିଳାଇ କାମ କରିବେ । ନିର୍ବାଚିତ ପ୍ରତିନିଧି ଦିଶିବା ଦରକାର । ସେମାନେ ଉତ୍ତରଦାୟୀ ହେବା ଦରକାର । ଆମର ବ୍ୟକ୍ତିଗତ ଓ କ୍ଷେତ୍ରର ଜୀବନ ବଞ୍ଚାଇବାର ଅଛି ତେବେ ଆତ୍ମ ସମୀକ୍ଷା କରନ୍ତୁ ।''

ତିହିଡି ବ୍ଲକ ପୀରହାଟଠାରେ ବିଜେପି ପକ୍ଷରୁ ମହା ଜନସମ୍ପର୍କ ତଥା କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଭୁବନେଶ୍ୱର ସାଂସଦ ତଥା ବିଜେପି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଢଙ୍ଗୀ ଏବଂ ବିଜେପି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ କର୍ମୀ ଏବଂ ସାଧାରଣ ଜନତା ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ 9 ବର୍ଷ ଧରି ଭାରତରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାନ ପ୍ରଣୟନ କରିଛନ୍ତି । ଏଥିସହ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ରୋକିବା ଠାରୁ ଆରମ୍ଭ କରି ଦାରିଦ୍ର୍ୟ ଦୂରୀକରଣ, ବିଭିନ୍ନ ପ୍ରକାର ଶିଳ୍ପାୟନ ସୃଷ୍ଟି କରିବା, ମହିଳାମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା, ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ପ୍ରଦାନ ଆଦି ବିଭିନ୍ନ ଯୋଜନା ପ୍ରଣୟନ କରି ଦେଶକୁ ଏକ ମଜଭୁତ ରାଷ୍ଟ୍ରରେ ପରିଣତ କରି ପାରିଛନ୍ତି ବୋଲି କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଏହା ବି ପଢନ୍ତୁ...Aparajita Sarangi Target: କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା

ପୂର୍ବରୁ ଗତ ଜୁନ 17 2023ରେ ଜଣେ ସଚିବ ସ୍ତରୀୟ ପ୍ରଶାସନିକ ଅଧିକାରୀ ରାଜ୍ଯ ସରକାରଙ୍କ ସମସ୍ତ କ୍ଷମତା ନିଜ ହାତକୁ ନେଇ ଯାଇଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଚିବଙ୍କର ରାଜନୀତି କରିବାର ଇଛା ଅଛି, ଫୁଲ ଚନ୍ଦନ ପାଇବାର ଅଛି ତାହା ହେଲେ ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାନ୍ତୁ । ଜିଲ୍ଲା ବୁଲିକାକୁ ହେଉଥିବା ଖର୍ଚ୍ଚ କେଉଁଠୁ ଆସୁଛି । ସେହି ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ତ ? ଜିଲ୍ଲା ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ୍‌ କରି ଏହା କହିଥିଲେ ସାଂସଦ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details